ହକି ତାରକା ଦୀପ୍ସାନ୍ ତିର୍କିଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ

<p>ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଯୁବ ହକି ତାରକା ଦୀପ୍ସାନ୍ ତିର୍କିଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର।&nbsp; ଦୀପସାନ୍&zwnj;ଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ସମ୍ମାନିତ କରାଯାଇଛି। &nbsp;ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ ଟ୍ରଷ୍ଟ-ଇମ୍ପାକ୍ଟ ପକ୍ଷରୁ ପ୍ରତିବର୍ଷ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କର ପ୍ରଦାନ କରାଯାଇଥାଏ। &nbsp;&nbsp;ଭୁବନେଶ୍ୱରରେ XIMB ଅଡିଟୋରିୟମ୍&zwnj;ରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବତନ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟାନ ପି. ଗୋପୀଚାନ୍ଦ ସ୍ୱତନ୍ତ୍ର ଅତିଥିଭାବେ ଯୋଗ ଦେଇ ଦୀପ୍ସାନଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ଅନ୍ୟ ଦୁଇ ଜଣ ଯୁବ କ୍ରୀଡା ପ୍ରତିଭା ଆଥଲେଟ୍ ଅମିୟ ମଲ୍ଲିକ ଓ ହକି ତାରକା ଦୀପଗ୍ରେସ୍ ଏକ୍କାଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରିଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏବଂ ସମ୍ମାନିତ ଅତିଥିଭାବେ ଅଗ୍ନିଶମ ବିଭାଗ ଡିଜି ବି କେ ଶର୍ମା ଯୋଗ ଦେଇଥିବାବେଳେ ସାଂସଦ ତଥା ଇମ୍ପାକ୍ଟ ଟ୍ରଷ୍ଟି ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।</p>

Ordigital Desk
  • Published: Sunday, 07 January 2018
  • Updated: 07 January 2018, 10:09 PM IST

Sports

Latest News

<p>ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଯୁବ ହକି ତାରକା ଦୀପ୍ସାନ୍ ତିର୍କିଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର।&nbsp; ଦୀପସାନ୍&zwnj;ଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ସମ୍ମାନିତ କରାଯାଇଛି। &nbsp;ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ ଟ୍ରଷ୍ଟ-ଇମ୍ପାକ୍ଟ ପକ୍ଷରୁ ପ୍ରତିବର୍ଷ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କର ପ୍ରଦାନ କରାଯାଇଥାଏ। &nbsp;&nbsp;ଭୁବନେଶ୍ୱରରେ XIMB ଅଡିଟୋରିୟମ୍&zwnj;ରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବତନ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟାନ ପି. ଗୋପୀଚାନ୍ଦ ସ୍ୱତନ୍ତ୍ର ଅତିଥିଭାବେ ଯୋଗ ଦେଇ ଦୀପ୍ସାନଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ଅନ୍ୟ ଦୁଇ ଜଣ ଯୁବ କ୍ରୀଡା ପ୍ରତିଭା ଆଥଲେଟ୍ ଅମିୟ ମଲ୍ଲିକ ଓ ହକି ତାରକା ଦୀପଗ୍ରେସ୍ ଏକ୍କାଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରିଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏବଂ ସମ୍ମାନିତ ଅତିଥିଭାବେ ଅଗ୍ନିଶମ ବିଭାଗ ଡିଜି ବି କେ ଶର୍ମା ଯୋଗ ଦେଇଥିବାବେଳେ ସାଂସଦ ତଥା ଇମ୍ପାକ୍ଟ ଟ୍ରଷ୍ଟି ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos