ବଡ଼ ଭାଇର ଟାଙ୍ଗିଆ ଚୋଟ୍‌ରେ ସାନ ଭାଇର ଜୀବନ ଗଲା

ଲାଞ୍ଜିଗଡ଼ (ଓଡ଼ିଶା ରିପୋର୍ଟର): ସମ୍ପର୍କରେ ରକ୍ତର ଛିଟା। ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଯାଇଛି। ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ବିଶ୍ୱନାଥପୁର ଗାଁରେ। ମୃତକ ହେଲେ ନାଥ ମାଝୀ। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଭଉଣୀ ବାହାଘରରେ ଟଙ୍କା ଖର୍ଚ୍ଚକୁ ସାନ ଭାଇ ନାଥ ଓ ବଡ଼ ଭାଇ ରିଗେଙ୍କ ମଧ୍ୟରେ ବଚସା ହୋଇଥିଲା। ରିଗେ ଉତ୍ତ୍ୟକ୍ତ ହୋଇ ନାଥଙ୍କୁ […]

tyyyyuuuuu

tyyyyuuuuu

Tapaswini Nayak
  • Published: Tuesday, 06 November 2018
  • Updated: 06 November 2018, 12:37 PM IST

Sports

Latest News

ଲାଞ୍ଜିଗଡ଼ (ଓଡ଼ିଶା ରିପୋର୍ଟର): ସମ୍ପର୍କରେ ରକ୍ତର ଛିଟା। ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଯାଇଛି। ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ବିଶ୍ୱନାଥପୁର ଗାଁରେ। ମୃତକ ହେଲେ ନାଥ ମାଝୀ। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଭଉଣୀ ବାହାଘରରେ ଟଙ୍କା ଖର୍ଚ୍ଚକୁ ସାନ ଭାଇ ନାଥ ଓ ବଡ଼ ଭାଇ ରିଗେଙ୍କ ମଧ୍ୟରେ ବଚସା ହୋଇଥିଲା। ରିଗେ ଉତ୍ତ୍ୟକ୍ତ ହୋଇ ନାଥଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ନାଥଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ପୁଲିସ୍‌ ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos