ବଡ ଭାଇ ଭୁଜାଲି ଚୋଟରେ ଆଖି ବୁଜିଲା ସାନ ଭାଇ

ସୋର(ଶଶିକାନ୍ତ ବେହେରା): ଘରୋଇ କଳିକୁ ନେଇ ବଡ ଭାଇର ଭୁଜାଲି ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି। ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ନୁଆପୁର ଗାଁରେ ଘଟିଛି। ମୃତ ବ୍ୟକ୍ତିଜଣଙ୍କ ହେଲେ ରତିକାନ୍ତ ମଳିକ। ବଡ ଭାଇ ଶଶିକାନ୍ତ ମଳିକଙ୍କୁ ପୁଲିସ ଗିରଫ କରିଛି। ସୂଚନାଯୋଗ୍ୟ, ବଡ ଭାଇ ଶଶିକାନ୍ତ ଓ ସାନ ଭାଇ ରତିକାନ୍ତ ବାହାରେ ରହି କାମ କରୁଥିଲେ। ଲକ୍‌ଡାଉନ୍‌ ହେବାରୁ ଦୁଇ ଭାଇ ଘରକୁ ଆସିଥିଲେ। ତେବେ କିଛି ଦିନ […]

dead body

Tapaswini Nayak
  • Published: Monday, 21 September 2020
  • , Updated: 21 September 2020, 02:31 PM IST

ସୋର(ଶଶିକାନ୍ତ ବେହେରା): ଘରୋଇ କଳିକୁ ନେଇ ବଡ ଭାଇର ଭୁଜାଲି ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି। ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ନୁଆପୁର ଗାଁରେ ଘଟିଛି। ମୃତ ବ୍ୟକ୍ତିଜଣଙ୍କ ହେଲେ ରତିକାନ୍ତ ମଳିକ। ବଡ ଭାଇ ଶଶିକାନ୍ତ ମଳିକଙ୍କୁ ପୁଲିସ ଗିରଫ କରିଛି।

ସୂଚନାଯୋଗ୍ୟ, ବଡ ଭାଇ ଶଶିକାନ୍ତ ଓ ସାନ ଭାଇ ରତିକାନ୍ତ ବାହାରେ ରହି କାମ କରୁଥିଲେ। ଲକ୍‌ଡାଉନ୍‌ ହେବାରୁ ଦୁଇ ଭାଇ ଘରକୁ ଆସିଥିଲେ। ତେବେ କିଛି ଦିନ ହେବ ଦୁଇ ଭାଇଙ୍କ ମଧ୍ୟରେ ଘରୋଇ ସମସ୍ୟାକୁ ନେଇ କଳହ ଲାଗି ରହୁଥିଲା । ଆଜି ସକାଳେ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ଉଗ୍ର ରୂପ ଧାରଣ କରିଥିଲା।

ଶଶିକାନ୍ତ ଉତ୍ୟକ୍ତ ହୋଇ ରତିକାନ୍ତଙ୍କୁ ଏକ ଭୁଜାଲିରେ ଅକ୍ରମଣ କରିଥିଲେ। ଗ୍ରାମବାସୀ ରତିକାନ୍ତଙ୍କୁ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଖନ୍ତାପଡା ପୁଲିସ୍‌ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ଶଶିକାନ୍ତଙ୍କୁ ଗିରଫ କରିଛି।

 

 

 

 

Related story