ସିଏ ଗଲା, ମୁଁ କାହିଁକି ରହିବି?

ଜୟପୁର (ଟି.ଗୌରୀଶଙ୍କର): ସିଏ ଗଲାଣି, ମୁଁ କାହିଁକି ରହିବି?? ସାନ ଭାଇକୁ ଝୁରି ଝୁରି ଏପରି କହୁଥିବା ବଡ଼ ଭଉଣୀ ରଶ୍ମୀତା ନାୟକଙ୍କର ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସାନ ଭାଇଙ୍କର ଯେଉଁ ସମୟରେ ଓ ଯେଉଁ ସ୍ଥାନରେ ମୃତ୍ୟୁ ହୋଇଥିଲା, ଠିକ୍‌ ସେଇଠି ଏବଂ ସେହି ସମୟରେ ରଶ୍ମୀତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। କୋରାପୁଟ୍‌ ଜିଲ୍ଲା ଜୟପୁର ଟାଉନ୍‌ରେ ଘଟିଥିବା ଏହି ଘଟଣା ଆଜି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜୟପୁର […]

Koraput

  • Published: Saturday, 01 October 2022
  • , Updated: 01 October 2022, 08:31 PM IST

ଜୟପୁର (ଟି.ଗୌରୀଶଙ୍କର): ସିଏ ଗଲାଣି, ମୁଁ କାହିଁକି ରହିବି?? ସାନ ଭାଇକୁ ଝୁରି ଝୁରି ଏପରି କହୁଥିବା ବଡ଼ ଭଉଣୀ ରଶ୍ମୀତା ନାୟକଙ୍କର ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସାନ ଭାଇଙ୍କର ଯେଉଁ ସମୟରେ ଓ ଯେଉଁ ସ୍ଥାନରେ ମୃତ୍ୟୁ ହୋଇଥିଲା, ଠିକ୍‌ ସେଇଠି ଏବଂ ସେହି ସମୟରେ ରଶ୍ମୀତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। କୋରାପୁଟ୍‌ ଜିଲ୍ଲା ଜୟପୁର ଟାଉନ୍‌ରେ ଘଟିଥିବା ଏହି ଘଟଣା ଆଜି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଜୟପୁର ଟାଉନ ଥାନା ପାରାବେଡ଼ାରେ ଘର ଭଡ଼ା ନେଇ ରୁହନ୍ତି ଗଦାଧର ନାୟକ। ତାଙ୍କ ପୁଅ ଶିବାଶିଷ ନାୟକ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ତିନି ଦିନ ତଳେ ସେ ସ୍କୁଲରୁ ପରୀକ୍ଷା ଦେଇ ଘରକୁ ଆସିଥିଲା। ପରେ ସେ ଘରର ଛାତ ଉପକୁ ଚାଲି ଯାଇଥିଲା। କିଛି ସମୟ ପରେ ତା’ର ମୃତ୍ୟୁ ହୋଇଥିଲା। ଶିବାଶିଷ ନାୟକର ମୃତ୍ୟୁ ମଧ୍ୟାହ୍ନ ପ୍ରାୟ ୧୨ଟାରୁ ଅପରାହ୍ନ ଗୋଟାଏ ଭିତରେ ହୋଇଥିଲା। କେମିତି ମୃତ୍ୟୁ ହେଲା ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଭାଇ ଶିବାଶିଷଙ୍କ ମୃତ୍ୟୁ ଖବର ପାଇ ରାଜଧାନୀ ଭୁବେଶ୍ୱରରେ ଚାକିରି କରୁଥିବା ଭଉଣୀ ରଶ୍ମୀତା ଭାଙ୍ଗି ପଡ଼ିଥିଲେ। ଘରକୁ ଫେରିବା ପର୍ଯ୍ୟନ୍ତ ଭାଇର ମୃତଦେହ ରଖିବା ପାଇଁ ବାପାଙ୍କ ପାଖରେ ଅଳି କରିଥିଲେ। ମାତ୍ର ଅସହାୟ ପ୍ରକାଶ କରିଥିଲେ ବାପା ଗଦାଧର। ଭଡ଼ା ଘରେ ରହୁଥିବାରୁ ମୃତଦେହ ରଖି ହେବନାହିଁ ବୋଲି କହିଥିଲେ। ତା’ପରେ ଶିବାଶିଷଙ୍କ ମୃତଦେହ ସଂସ୍କାର କରାଯାଇଥିଲା। ଶୁକ୍ରବାର ଦିନ ରଶ୍ମୀତା ଜୟପୁର ସ୍ଥିତ ଘରେ ପହଞ୍ଚିଥିଲେ। ଭାଇକୁ ହରାଇଥିବାରୁ ରଶ୍ମୀତା ଡିପ୍ରେସ୍‌ନରେ ରହୁଥିଲେ। ସିଏ (ଭାଇ) ଗଲାଣି, ମୁଁ କାହିଁକି ରହିବି ବୋଲି କହୁଥିବା ତାଙ୍କ ବାପା କହିଛନ୍ତି।

ଆଜି ଗଦାଧର ଥାନାକୁ ଯାଇଥିଲେ। ଥାନାରୁ ଆସି ଗୋଡ଼ ଧୋଇବା ପାଇଁ ଭଡ଼ା ଘରର ଛାତ ଉପରକୁ ଯାଇଥିଲେ। ଆଉ ସେତେବେଳେ ରଶ୍ମୀତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏଠି ଗୋଟିଏ ଆଶ୍ଚର୍ଯ୍ୟ ଘଟଣା ଘଟିଛି। ଯେଉଁ ସମୟରେ ଓ ଯେଉଁ ସ୍ଥାନରେ ଶିବାଶିଷଙ୍କ ମୃତଦେହ ମିଳିଥିଲା ଠିକ୍‌ ସେଇଠି ଏବଂ ସେହି ସମୟରେ ରଶ୍ମୀତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

Related story