ଶାଶୂ-ଶ୍ୱଶୁରଙ୍କୁ ଘରୁ ତଡ଼ି ଦେଲେ ବୋହୂ, ରାଜଧାନୀରେ ଚାଞ୍ଚଲ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଶାଶୁ ଶ୍ୱଶୁରଙ୍କ ଉପରେ ବୋହୂର ଅତ୍ୟାଚାର। ପରିସ୍ଥିତି ଏପରି ହୋଇଛି ଯେ, ଶ୍ୱଶୁର ଓ ଶାଶୂଙ୍କୁ ବୋହୂ ଘରୁ କାଢ଼ି ଦେଇଥିବା ଅଭିଯୋଗ ହୋଇଛି। ଏଭଳି କିଛି ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପୀଡ଼ିତ ଶାଶୁ ଶ୍ୱଶୁର । କଥା କହିଲା ବେଳେ କୋହକୁ ସମ୍ଭାଳି ପାରୁନଥିବା ଏହି ଦୁଇ ଜଣ ହେଉଛନ୍ତି ଫକୀର ଚରଣ ମହଲ ଓ ତାଙ୍କ ପତ୍ନୀ । ନିଜ ବୋହୁ ସଂଯୁକ୍ତା ମହଲଙ୍କ ନାଁରେ ନିର୍ଯାତନାର […]

5bv-4v

Tapas Behera
  • Published: Tuesday, 25 August 2020
  • , Updated: 25 August 2020, 08:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଶାଶୁ ଶ୍ୱଶୁରଙ୍କ ଉପରେ ବୋହୂର ଅତ୍ୟାଚାର। ପରିସ୍ଥିତି ଏପରି ହୋଇଛି ଯେ, ଶ୍ୱଶୁର ଓ ଶାଶୂଙ୍କୁ ବୋହୂ ଘରୁ କାଢ଼ି ଦେଇଥିବା ଅଭିଯୋଗ ହୋଇଛି। ଏଭଳି କିଛି ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପୀଡ଼ିତ ଶାଶୁ ଶ୍ୱଶୁର । କଥା କହିଲା ବେଳେ କୋହକୁ ସମ୍ଭାଳି ପାରୁନଥିବା ଏହି ଦୁଇ ଜଣ ହେଉଛନ୍ତି ଫକୀର ଚରଣ ମହଲ ଓ ତାଙ୍କ ପତ୍ନୀ ।

ନିଜ ବୋହୁ ସଂଯୁକ୍ତା ମହଲଙ୍କ ନାଁରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ଉଭୟେ। ୨୦୧୯ ଅକ୍ଟୋବର ୨୦ ତାରିଖରେ ଶାଶୁ ଶ୍ୱଶୂରଙ୍କୁ ମାଡ଼ ମାରି ସଂଯୁକ୍ତା ଏମାନଙ୍କୁ ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷ ଥାନାକୁ ଯାଇଥିବାବେଳେ ପୁଲିସ ଓଲଟା ଏକ ମାମଲାରେ ତାଙ୍କୁ ଗିରଫ କରିଥିଲା ବୋଲି କହିଛନ୍ତି ଫକୀର ଚରଣ ମହଲ । ଅନ୍ୟପଟେ ମାମଲା ବିଚାରଧୀନ ଥିବାରୁ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ସଂଯୁକ୍ତା।

 

Related story