ଅନ୍ତଚିରି ଜନ୍ମ ଦେଇଥିବା ମାଆ ଅଲୋଡ଼ା ହୋଇଗଲା, ଆହାର କେନ୍ଦ୍ରରେ ଛାଡ଼ି ପୁଅ ଓ ବୋହୂ ଫେରାର

ଚାନ୍ଦବାଲି(ବାସୁଦେବ ଦାସ): ସୀମା ଟପିଗଲା ଅମାନବିକତା। ଆହାର କେନ୍ଦ୍ରରେ ମାଆଙ୍କୁ ଛାଡି ଚାଲିଗଲେ ପୁଅ-ବୋହୂ। ସକାଳୁ ସଧ୍ୟା ଯାଏଁ କାନ୍ଦିକାନ୍ଦି ବସିବା ପରେ ଶେଷରେ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଏଭଳି ଅମାନବୀୟ ଘଟଣା ସାମନାକୁ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ। ବୃଦ୍ଧାଙ୍କ ନାଁ ହେଉଛି କୁନ୍ତଳା ପୋଥାଳ। ଆଖିକୁ ଭଲଭାବେ ଦେଖାଯାଉନି କି କାନକୁ ଭଲଭାବେ ସୁବିନି। ଠିକରେ ଚାଲି ପାରୁ ନାହାନ୍ତି। ଛଳଛଳ ଆଖିରେ କୋହଭରା କଣ୍ଠରେ ସବୁକଥା […]

bhadrak

bhadrak

Manoranjan Sial
  • Published: Tuesday, 05 November 2019
  • Updated: 05 November 2019, 05:19 PM IST

Sports

Latest News

ଚାନ୍ଦବାଲି(ବାସୁଦେବ ଦାସ): ସୀମା ଟପିଗଲା ଅମାନବିକତା। ଆହାର କେନ୍ଦ୍ରରେ ମାଆଙ୍କୁ ଛାଡି ଚାଲିଗଲେ ପୁଅ-ବୋହୂ। ସକାଳୁ ସଧ୍ୟା ଯାଏଁ କାନ୍ଦିକାନ୍ଦି ବସିବା ପରେ ଶେଷରେ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଏଭଳି ଅମାନବୀୟ ଘଟଣା ସାମନାକୁ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ। ବୃଦ୍ଧାଙ୍କ ନାଁ ହେଉଛି କୁନ୍ତଳା ପୋଥାଳ। ଆଖିକୁ ଭଲଭାବେ ଦେଖାଯାଉନି କି କାନକୁ ଭଲଭାବେ ସୁବିନି। ଠିକରେ ଚାଲି ପାରୁ ନାହାନ୍ତି। ଛଳଛଳ ଆଖିରେ କୋହଭରା କଣ୍ଠରେ ସବୁକଥା କହିବା ପରେ ସାମନାକୁ ଆସିଛି ପୂରା ଘଟଣା।

ବୃଦ୍ଧାଙ୍କ କହିବା ଅନୁସାରେ, ତାଙ୍କର ପ୍ରକୃତ ଘର ଚାନ୍ଦବାଲି ଥାନା ମହୁଲିଆ ଗାଁରେ ଥିଲା। ବହୁ ବର୍ଷ ତଳେ ସବୁ ଜମିବାଡି ବିକି କରି କେନ୍ଦ୍ରାପଡ଼ା ପଳାଇ ଯାଇଥିଲେ ପୂରା ପରିବାର। ସେଠାରେ ସେ ପୁଅ ଓ ବୋହୂଙ୍କ ସହ ରହୁଥିଲେ। ସେଠାରେ ରହଣୀ ସମୟରେ ପୁଅ ଓ ବୋହୂ ତାଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି।
ତେବେ ଗତକାଲି ସକାଳେ ସକାଳେ ପୁଅ ଓ ବୋହୂ ତାଙ୍କୁ ଘରୁ ଆଣି ଆହାର କେନ୍ଦ୍ରରେ ବସାଇ ଦେଇଥିଲେ। ଆଉ ଏଠାରେ ହିଁ ରହିବୁ କହି ଛାଡି ପଳାଇ ଯାଇଥିଲେ। ଦିନ ତମାମ ବୃଦ୍ଧା ଜଣଙ୍କ ବାରଣ୍ଡାରେ ବସିବା ପରେ ରାତିରେ କିଛି ସ୍ଥାନୀୟ ଲୋକ ବୃଦ୍ଧାଙ୍କୁ ତାଙ୍କ ଠିକଣା ପଚାରି ଥିଲେ। ତେବେ ବୃଦ୍ଧା ଜଣଙ୍କ ଠିକରେ କିଛି ନକହିବା ପରେ ସ୍ଥାନୀୟ ଲୋକେ ତହସିଲଦାର ଓ ଓଟିଭି ପ୍ରତିନିଧିଙ୍କୁ ଖବର ଦେଇଥିଲେ। ପରେ ଓଟିଭି ପ୍ରତିନିଧି ଓ ତହସିଲଦାର ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି।
https://youtu.be/UyONDIoxivU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos