ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ । ରାଜ୍ୟର ସମସ୍ତ ୩୦ ଜିଲ୍ଲାର ଜିଲ୍ଲା ପରିଷଦ ଗଠନ ପାଇଁ ଆଜି ହେବ ନିର୍ବାଚନ । ସବୁ ଜିଲ୍ଲା ପରିଷଦ ଜୋନ୍ରେ ବିଜେଡି ସଂଖ୍ୟା ଗରିଷ୍ଠତା ଥିବାରୁ ପ୍ରାୟତଃ ସମସ୍ତ ଜିଲ୍ଲାର ଅଧ୍ୟକ୍ଷ ଆସନ ଦଳ ପାଖକୁ ଯିବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଲବି ଜୋରଦାର ହୋଇଥିଲା ।
ବିଭିନ୍ନ ଆଶାୟୀମାନେ ଦଳର ବିଧାୟକ, ମନ୍ତ୍ରୀ ଓ ବରିଷ୍ଠ ନେତାଙ୍କୁ ଭେଟି ନିଜ ଦାବି କରିଥିଲେ । କିନ୍ତୁ ବହୁ ବିଚାର ବିର୍ମଶ ପରେ ଏସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିବା ଦଳ ପକ୍ଷରୁ କୁହାଯାଇଛି।
ସକାଳ ସାଢ଼େ ୧୦ଟାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ଏହାପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ ୨୫ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଇଁ ହେବ ନିର୍ବାଚନ ବୋଲି ଜଣାଯାଇଛି।