ବଢ଼ିପାରେ ବିଜୁଳି ଦର: ୫ରୁ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁଳି ଦର ବଢ଼ିବା ଆଶଙ୍କା ରହିଛି। ଖାଉଟିଙ୍କ ଉପରେ ପୁଣି ପଡ଼ିପାରେ ବିଜୁଳି ଚଡ଼କ। ବିଜୁଳି ଶୁଳ୍କ ବଢ଼ାଇବାକୁ ଗ୍ରୀଡ୍‌କୋଠାରୁ ନେସ୍କୋ, ଓପିଟିସିଏଲ୍‌ରୁ ଓପିଜିସି ଭଳି ବିଦ୍ୟୁତ ବିତରଣ ଓ ଉତ୍ପାଦନ କମ୍ପାନୀ କରିଛନ୍ତି ଆବେଦନ। ଓଇଆର୍‌ସି ନିକଟରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ୫ ତାରିଖରୁ ଆରମ୍ଭ ହେବ। ଫେବୃୟାରୀ ୧୩ ତାରିଖ ଯାଏଁ ହେବାକୁ ଥିବା ଶୁଣାଣିରେ ସମସ୍ତ ପକ୍ଷ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିବେ। ସୂଚନା ଅନୁଯାୟୀ, ବିଦ୍ୟୁତ ବିତରଣ […]

electrict bill may be increse

Rakesh Mallick
  • Published: Saturday, 03 February 2018
  • , Updated: 03 February 2018, 08:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁଳି ଦର ବଢ଼ିବା ଆଶଙ୍କା ରହିଛି। ଖାଉଟିଙ୍କ ଉପରେ ପୁଣି ପଡ଼ିପାରେ ବିଜୁଳି ଚଡ଼କ। ବିଜୁଳି ଶୁଳ୍କ ବଢ଼ାଇବାକୁ ଗ୍ରୀଡ୍‌କୋଠାରୁ ନେସ୍କୋ, ଓପିଟିସିଏଲ୍‌ରୁ ଓପିଜିସି ଭଳି ବିଦ୍ୟୁତ ବିତରଣ ଓ ଉତ୍ପାଦନ କମ୍ପାନୀ କରିଛନ୍ତି ଆବେଦନ। ଓଇଆର୍‌ସି ନିକଟରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ୫ ତାରିଖରୁ ଆରମ୍ଭ ହେବ। ଫେବୃୟାରୀ ୧୩ ତାରିଖ ଯାଏଁ ହେବାକୁ ଥିବା ଶୁଣାଣିରେ ସମସ୍ତ ପକ୍ଷ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିବେ।

ସୂଚନା ଅନୁଯାୟୀ, ବିଦ୍ୟୁତ ବିତରଣ କମ୍ପାନୀ ୱେସ୍କୋର ୧୮୧୧ କୋଟି, ନେସ୍କୋର ୧୨୩୦ କୋଟି, ସାଉଥ୍‌କୋର ୧୦୫୯ କୋଟି ଓ ସେସୁର ୨୪୨୨ କୋଟି ଟଙ୍କା ବକେୟା ଅଛି। ବର୍ତ୍ତମାନ ବିଦ୍ୟୁତ ବିତରଣ କମ୍ପାନୀମାନେ ବିଜୁଳି କିଣିବା ବାବଦକୁ ୬ ହଜାର ୬ଶହ  ୨୪ କୋଟି ଟଙ୍କା ପଇଠ କରି ନାହାନ୍ତି। ଆନୁଆଲ୍‌ ରେଭିନ୍ୟୁ ରିକ୍ୱାଏରମେଣ୍ଟ ପାଇଁ ବିଜୁଳି ଦେୟ ୫ରୁ ୧୦ ପ୍ରତିଶତ ବଢ଼ାଇବା ପାଇଁ ଆବେଦନ କରାଯାଇଥିବା ଗ୍ରୀଡକୋ ଅଧିକାରୀ କହିଛନ୍ତି।

ବିଜୁଳି ଦର ବଢ଼ାଇବା ଆବେଦନକୁ ବିରୋଧ କରିଛି ବିଦ୍ୟୁତ ଉପଭୋକ୍ତା ଫୋରମ୍। ଫୋରମର କହିବା କଥା, ସବୁଠାରୁ ଅଧିକ ବିଜୁଳି କ୍ଷତି ହେଉଛି ଟ୍ରାନ୍ସମିସନ ଲସ୍ ଯୋଗୁଁ। ଏହାକୁ କମାଇବା ଦାୟିତ୍ୱ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କର। ତେବେ କମ୍ପାନୀମାନେ ଏହାକୁ କମାଇବା ପାଇଁ ସେଭଳି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି। ସେପଟେ ସେମାନଙ୍କ ବକେୟା ବଢ଼ିବାରେ ଲାଗିଛି। ତେଣୁ କମ୍ପାନୀମାନେ ସାଧାରଣ ଉପଭୋକ୍ତାଙ୍କ ଉପରେ ଏହି ବୋଝ ଲଦିବାକୁ ଚେଷ୍ଟା କରୁଛନ୍ତି ବୋଲି ଉପଭୋକ୍ତା ଫୋରମ୍ ପକ୍ଷରୁ କୁହାଯାଇଛି।

ଗତବର୍ଷ ଓଇଆସି ପକ୍ଷରୁ ବିଜୁଳି ଦର ବୃଦ୍ଧି କରାଯାଇଥିଲା। ପ୍ରଥମ ୫୦ ୟୁନିଟ୍ ପାଇଁ ବିଜୁଳି ଦେୟ ୨ ଟଙ୍କା ୫୦ ପଇସାରେ ଅପରିବର୍ତ୍ତିତ ରହିଥିବା ବେଳେ ପରବର୍ତ୍ତୀ ପ୍ରତି ୟୁନିଟ୍ ପିଛା ଦର ୧୦ ପଇସା ବଢ଼ାଯାଇଥିଲା। ଏବେ ବିଜୁଳି ଦର ବଢ଼ାଇବା ନେଇ ବିତରଣ କମ୍ପାନୀଙ୍କ ଯୁକ୍ତିକୁ ଓଇଆରସି ଗ୍ରହଣ କରୁଛନ୍ତି କି ନାହିଁ, ତାହା ଶୁଣାଣି ପରେ ଜଣାପଡ଼ିବ।

Related story