କାଳ ସାଜୁଛି ଗହଳି, କୂଳକୁ ନ ଫେରି ନଦୀମୁହାଁ ହେଲା ହାତୀ

କଟକ(ଓଡ଼ିଶା ରିପୋର୍ଟର):  ହାତୀକୁ କାଳ ସାଜୁଛି ଗହଳି। ଦୀର୍ଘ ୭ ଘଣ୍ଟାର ସଂଘର୍ଷ ପରେ କୂଳ ମୁହାଁ ହୋଇଥିବା ହାତୀଟି ପୁଣି ନଦୀ ମୁହାଁ ହୋଇଛି। ଅତ୍ୟଧିକ ଲୋକ ଗହଳି ଦେଖି ହାତୀଟି ମଝି ନଦୀକୁ ଚାଲି ଯାଇଛି। ତଥାପି ହାତୀକୁ ଉଦ୍ଧାର ପାଇଁ ବନବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ଆଜି ଭୋରରୁ ମୁଣ୍ଡଳୀଠାରେ ମହାନଦୀରେ ଫସି ରହିଥିଲା ହାତୀଟି। ହାତୀକୁ କୂଳକୁ ଆଣିବାକୁ ବନ ବିଭାଗ ଅଧିକାରୀ, କର୍ମଚାରୀ ଓ ଓଡ୍ରାଫ ଟିମ୍‌ […]

elephant

Niharika Rout
  • Published: Friday, 24 September 2021
  • , Updated: 24 September 2021, 12:38 PM IST

କଟକ(ଓଡ଼ିଶା ରିପୋର୍ଟର):  ହାତୀକୁ କାଳ ସାଜୁଛି ଗହଳି। ଦୀର୍ଘ ୭ ଘଣ୍ଟାର ସଂଘର୍ଷ ପରେ କୂଳ ମୁହାଁ ହୋଇଥିବା ହାତୀଟି ପୁଣି ନଦୀ ମୁହାଁ ହୋଇଛି। ଅତ୍ୟଧିକ ଲୋକ ଗହଳି ଦେଖି ହାତୀଟି ମଝି ନଦୀକୁ ଚାଲି ଯାଇଛି। ତଥାପି ହାତୀକୁ ଉଦ୍ଧାର ପାଇଁ ବନବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ଆଜି ଭୋରରୁ ମୁଣ୍ଡଳୀଠାରେ ମହାନଦୀରେ ଫସି ରହିଥିଲା ହାତୀଟି। ହାତୀକୁ କୂଳକୁ ଆଣିବାକୁ ବନ ବିଭାଗ ଅଧିକାରୀ, କର୍ମଚାରୀ ଓ ଓଡ୍ରାଫ ଟିମ୍‌  ଦୀର୍ଘ ଘଣ୍ଟା ଅକ୍ଳାନ୍ତ  ପରିଶ୍ରମ କରିଥିଲେ। ହାତୀଟି ନଦୀ ମଝିରେ ହାଲିଆ ହୋଇ ଯାଇଥିବା ବେଳେ ତାକୁ ଖାଇବାକୁ କଦଳୀ ଦିଆଯାଇଥିଲା।

ପ୍ରାୟ ୫ ଘଣ୍ଟା ନଦୀରେ ରହିବା ପରେ ହାତୀଟି କୂଳକୁ ଫେରିବାକୁ ଚେଷ୍ଟା ଆରମ୍ଭ କରିଥିଲା । ମାତ୍ର କୂଳ ଲୋକାରଣ୍ୟ ହୋଇଥିବାରୁ ହାତୀଟି କୂଳକୁ ଫେରିବାକୁ ସୁରକ୍ଷିତ ମଣି ନ ଥିଲା। ଫଳରେ ଅନ୍ୟ ଉପାୟ ନ ପାଇ ସେ ପୁଣି ନଦୀ ମଝିକୁ ଫେରି ଯାଇଛି।  ଏପରିକି ବନ କର୍ମଚାରୀ ହାତୀକୁ କୂଳକୁ ଫେରାଇ ଆଣିବାକୁ ବାଣ ଫୁଟାଇଥିଲେ ମଧ୍ୟ ତାହା କାମ ଦେଇ ନ ଥିଲା। ହାତୀଟି ଲୋକ ଗହଳିକୁ ନ ଫେରି ପୁଣି ପାଣିକୁ ଫେରିବାକୁ ସୁରକ୍ଷିତ ମଣିଛି।  ଦୀର୍ଘ ୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଣିର ପ୍ରଖର ସ୍ରୋତ ଭିତରେ ରହି ହାତୀଟିର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଲାଣି। ଏପରିକି ହାତୀ ଶରୀରର ରଙ୍ଗ ପରିବର୍ତ୍ତନ ହେବାକୁ ଲାଗିଲାଣି।

ଗହଳିକୁ ଘଉଡ଼ା ଯାଇଥିଲେ ହୁଏତ ହାତୀଟି କୂଳକୁ ଆସି ନିଜ ପଲକୁ ଫେରିବାକୁ ଉଦ୍ୟମ କରିଥାନ୍ତା। ମାତ୍ର କୂଳରେ ଲୋକ ଗହଳି ଦେଖି ଜଙ୍ଗଲୀ ହାତୀଟି ପାଣିକୁ ହିଁ ସୁରକ୍ଷିତ ଭାବିଲା।  ମୁଖ୍ୟତଃ ପୁଲିସ୍‌ ତଥା ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ହେତୁ ଗହଳି ଏଡ଼ାଇବାକୁ ଚେଷ୍ଟା କରାଯାଉ ନ ଥିବା ଆଲୋଚନା ହେଉଛି।

ଅପରପକ୍ଷେ, ମହାନଦୀରୁ ଉଦ୍ଧାର ପାଇ ପଳାଇଥିବା ହାତୀମାନେ  ନୂଆ ଶାସନ ଗାଁରେ ଉତ୍ପାତ କରୁଛନ୍ତି ।  ଏହି ହାତୀପଲ ନୂଆ ଶାସନ ଗାଁରେ ଏକ ମନ୍ଦିର ଭାଙ୍ଗି ଦେଇଥିବା ସୂଚନା ମିଳିଛି।

Related story