ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ହାତୀ ଛୁଆର ମୃତଦେହ ଠାବ

ଆଠଗଡ଼: କଟକ ଜିଲ୍ଲା ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ଏକ ଅଣ୍ଢିରା ହାତୀ ଛୁଆର ମୃତଦେହ ଠାବ କରାଯାଇଛି। ମୃତ ହାତୀ ଛୁଆର ବୟସ ୫ ବର୍ଷ।  ଗତକିଛି ଦିନ ଧରି  ହାତୀଛୁଆଟି ଅସୁସ୍ଥ ଥିବାରୁ ତାର ମୃତ୍ୟୁ ଘଟିଥିବା  ବନ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ହାତୀ ଛୁଆର ବ୍ୟବଚ୍ଛେଦ ପରେ ମୃହଦେହକୁ ପୋତାଯିବ। ତେବେ ଏହି ରେଞ୍ଜରେ ବାରମ୍ୱାର ହାତୀ ମଡ଼କକୁ ନେଇ ସାଧାରଣରେ ବନ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ […]

Elephant

Rakesh Mallick
  • Published: Thursday, 29 June 2017
  • , Updated: 29 June 2017, 10:53 AM IST

ଆଠଗଡ଼: କଟକ ଜିଲ୍ଲା ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ଏକ ଅଣ୍ଢିରା ହାତୀ ଛୁଆର ମୃତଦେହ ଠାବ କରାଯାଇଛି। ମୃତ ହାତୀ ଛୁଆର ବୟସ ୫ ବର୍ଷ।  ଗତକିଛି ଦିନ ଧରି  ହାତୀଛୁଆଟି ଅସୁସ୍ଥ ଥିବାରୁ ତାର ମୃତ୍ୟୁ ଘଟିଥିବା  ବନ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ହାତୀ ଛୁଆର ବ୍ୟବଚ୍ଛେଦ ପରେ ମୃହଦେହକୁ ପୋତାଯିବ।

ତେବେ ଏହି ରେଞ୍ଜରେ ବାରମ୍ୱାର ହାତୀ ମଡ଼କକୁ ନେଇ ସାଧାରଣରେ ବନ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related story