ହାତୀ ଛୁଆର ମୃତଦେହ ଉଦ୍ଧାର

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କରଡ଼ା ପଞ୍ଚାୟତ ନୀଳମାଧବ ଜଙ୍ଗଲରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି। ଦୁଇ ହାତୀ ମଧ୍ୟରେ ଲଢେଇ ବେଳେ ଛୁଆ ହାତୀଟି ଭିତରେ ପଶିଯିବାରୁ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଛୁଆ ହାତୀର ବୟସ ପ୍ରାୟ ଦେଢ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି।  ଘଟଣାସ୍ଥଳରେ ତାକୁ ପୋଡ଼ିଦେଇଛି।  ଗତ ଶନିବାର ହାତୀଟିର […]

ele000000000000

Jyoshna Pradhan
  • Published: Monday, 10 June 2019
  • , Updated: 10 June 2019, 08:06 AM IST

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କରଡ଼ା ପଞ୍ଚାୟତ ନୀଳମାଧବ ଜଙ୍ଗଲରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି। ଦୁଇ ହାତୀ ମଧ୍ୟରେ ଲଢେଇ ବେଳେ ଛୁଆ ହାତୀଟି ଭିତରେ ପଶିଯିବାରୁ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଛୁଆ ହାତୀର ବୟସ ପ୍ରାୟ ଦେଢ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି।  ଘଟଣାସ୍ଥଳରେ ତାକୁ ପୋଡ଼ିଦେଇଛି।  ଗତ ଶନିବାର ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Related story