ତେଲକୋଇ(ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ କଳାପାଟ ସଂରକ୍ଷିତ ଜଙ୍ଗଲ ଟୁଲୁକପଦା ଗାଁ ନିକଟରେ ମାଈହାତୀ ମୃତଦେହ ଠାବ ହୋଇଛି। କିଛି ସ୍ଥାନୀୟ ଲୋକ ଛତୁ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ହାତୀଟି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ।
ପରେ ଏନେଇ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଖବର ପାଇ କେନ୍ଦୁଝର ଡିଏଫ୍ଓ ଏବଂ ସାଇଣ୍ଟିଫିକ୍ ଟିମ୍ ସେଠାରେ ପହଞ୍ଚି ଥିଲେ। ହାତୀ କିପରି ମରିଛି ସେନେଇ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି। ହାତୀଟି ଗତକାଲି ଠାରୁ ମରି ପଡ଼ିଥିବା ଅନୁମାନ କରାଯାଉଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ରାଜ୍ୟରେ ହାତୀ ଶିକାର ଓ ଅସ୍ୱାଭାବିକ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ଚିନ୍ତାର ବିଷୟ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ପ୍ଲାଷ୍ଟିକ୍ ସ୍କ୍ରାପ୍ ଗୋଦାମ
ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
Politics
ବବିଙ୍କ ଭାଇ ଭବ ଅଟକ; ଅଧାରାତିରେ ଉଠାଇ ଆଣିଲା ପୁଲିସ
ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବ ଅଭିଯୋଗରେ ପୁଲିସ ତାଙ୍କୁ ଅଟକ ରଖିଥିବା ଜଣାଯାଇଛି।
Events & Festivals
ଆଜି ପ୍ରଥମାଷ୍ଟମୀ, ପୋଢୁଆଁ ହେବେ ବଡ଼ ଠାକୁର
ଆଜି ପ୍ରଥମାଷ୍ଟମୀରେ ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର।