ଗାତରେ ପଡ଼ି ହାତୀ ଛୁଆ ମୃତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଗାତରେ ପଡି ହାତୀ ଛୁଆ ମୃତ। ରାଉରକେଲା ବିଶ୍ରା ଫରେଷ୍ଟ ରେଞ୍ଜ ମହିପାଣି ପାଖରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ରେଳ ଧାରଣା ପାଖରେ ଖୋଳାଯାଇଥିବା ଏକ ଗାତରେ ପଡ଼ି ଏକ ବର୍ଷକର ହାତୀ ଛୁଆର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ଗାଁକୁ ଏକ ହାତୀପଲ ଚାଲିଆସିଥିଲା। ହାତୀପଲକୁ ଘଉଡ଼ାଇବାକୁ ଗାଁ ଲୋକଙ୍କ ସହ ବନ ବିଭାଗ ଉଦ୍ୟମ କରିଥିଲେ। ଘଉଡ଼ାଇବାବେଳେ ହାତୀ ଛୁଆଟି ଗାତ ଭିତରେ ପଡ଼ିଯାଇଥିଲା। ତେବେ […]

Untitled-123

Jyoshna Pradhan
  • Published: Thursday, 14 February 2019
  • , Updated: 14 February 2019, 11:23 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଗାତରେ ପଡି ହାତୀ ଛୁଆ ମୃତ। ରାଉରକେଲା ବିଶ୍ରା ଫରେଷ୍ଟ ରେଞ୍ଜ ମହିପାଣି ପାଖରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ରେଳ ଧାରଣା ପାଖରେ ଖୋଳାଯାଇଥିବା ଏକ ଗାତରେ ପଡ଼ି ଏକ ବର୍ଷକର ହାତୀ ଛୁଆର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଗତକାଲି ଗାଁକୁ ଏକ ହାତୀପଲ ଚାଲିଆସିଥିଲା। ହାତୀପଲକୁ ଘଉଡ଼ାଇବାକୁ ଗାଁ ଲୋକଙ୍କ ସହ ବନ ବିଭାଗ ଉଦ୍ୟମ କରିଥିଲେ। ଘଉଡ଼ାଇବାବେଳେ ହାତୀ ଛୁଆଟି ଗାତ ଭିତରେ ପଡ଼ିଯାଇଥିଲା।

ତେବେ କାମ ପାଇଁ ରେଳ ବିଭାଗ ଏହି ଗାତ ଖୋଳିଥିବା କୁହାଯାଉଛି। ଆଜି ସକଳେ ହାତୀ ଛୁଆଟିକୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି।

Related story