ଗାଁରେ ପଶିଲା, ଘଣ୍ଟାଏ ବୁଲିଲା

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗାଁକୁ ଆଜି ସକାଳେ ଏକ ଦନ୍ତାହାତୀ ପଶି ଆସିଥିଲା। ଗାଁ ଲୋକେ ହାତୀକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଆସି ହାତୀକୁ ଘଉଡ଼ାଇ ଥିଲେ। ବନ ବିଭାଗ କର୍ମଚାରୀଙ୍କ ସହିତ ଗାଁ ଲୋକେ ବାଣ ଫୁଟାଇ ହାତୀକୁ ତଡ଼ିଥିଲେ। ଘଉଡ଼ାଇବା ଯୋଗୁ ହାତୀଟି ଅନୁଗୋଳ-ଛେଣ୍ଡିପଦା ମୁଖ୍ୟ ରାସ୍ତା ପାର ହୋଇ କୁମ୍ଭାର ସାହି ଦେଇ ଜଙ୍ଗଲକୁ ପଳାଇ ଥିଲା। ହାତୀକୁ ଦେଖି […]

elephant

elephant

Jitendra Garnayak
  • Published: Saturday, 08 December 2018
  • Updated: 08 December 2018, 01:58 PM IST

Sports

Latest News

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗାଁକୁ ଆଜି ସକାଳେ ଏକ ଦନ୍ତାହାତୀ ପଶି ଆସିଥିଲା। ଗାଁ ଲୋକେ ହାତୀକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଆସି ହାତୀକୁ ଘଉଡ଼ାଇ ଥିଲେ। ବନ ବିଭାଗ କର୍ମଚାରୀଙ୍କ ସହିତ ଗାଁ ଲୋକେ ବାଣ ଫୁଟାଇ ହାତୀକୁ ତଡ଼ିଥିଲେ।

ଘଉଡ଼ାଇବା ଯୋଗୁ ହାତୀଟି ଅନୁଗୋଳ-ଛେଣ୍ଡିପଦା ମୁଖ୍ୟ ରାସ୍ତା ପାର ହୋଇ କୁମ୍ଭାର ସାହି ଦେଇ ଜଙ୍ଗଲକୁ ପଳାଇ ଥିଲା।

ହାତୀକୁ ଦେଖି ଛେଣ୍ଡିପଦା, ମାମୁରିଆ, ସାଲୁଇଖମଣ ଗାଁର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ବନ ବିଭାଗ କହିଛି, ହାତୀ ପଲରୁ ଅଲଗା ହୋଇ ଦନ୍ତାଟି ଗାଁକୁ ପଶି ଆସିଥିଲା। ଏବେ ଏହା ଜଙ୍ଗଲକୁ ଚାଲି ଯାଇଛି।

ହାତୀ ଗାଁ ଭିତରକୁ ପଶି ଆସିଥିବା ବେଳେ କାହାରି କିଛି କ୍ଷତି କରି ନଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos