ନାରାୟଣପୁର ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ: ଭୟଭୀତ ଅବସ୍ଥାରେ ଲୋକେ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ନାରାୟଣପୁର ରେଞ୍ଜରେ ହାତୀପଲ ଆତଙ୍କ ମଚାଇ ରଖିଛନ୍ତି। ଏହି ଦଳରେ ୭ଟି ହାତୀ ଅଛନ୍ତି। ହାତୀପଲ ବୁରୁଝୁଳି, ବଡକୁତୁରୁ, ସାନକୁତୁରୁ, ଜାକରବନ୍ଧ, ଜେମାଦେଇପୁର, ଅଡାଙ୍ଗି, ଲାଲୁସାହି ଓ ଲଣ୍ଡାସାହି ଗାଁର ଆଖପାଖରେ କିଛିଦିନ ହେଲା ବୁଲୁଛନ୍ତି। ଆଜି ସକାଳୁ ଏହି ହାତୀପଲଙ୍କୁ ପଣସ ଫାର୍ମରେ ଦେଖିବାକୁ ମିଳିଥିଲା। ହାତୀଗୁଡିକ ଗାଁ ମୁହାଁ ହେଉଥିବାରୁ ଲୋକେ ଆତଙ୍କୀତ ଅବସ୍ଥାରେ ଅଛନ୍ତି। ହାତୀଙ୍କୁ ଜଙ୍ଗଲକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

elephant

Rakesh Mallick
  • Published: Sunday, 21 May 2017
  • , Updated: 21 May 2017, 06:01 PM IST

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ନାରାୟଣପୁର ରେଞ୍ଜରେ ହାତୀପଲ ଆତଙ୍କ ମଚାଇ ରଖିଛନ୍ତି। ଏହି ଦଳରେ ୭ଟି ହାତୀ ଅଛନ୍ତି। ହାତୀପଲ ବୁରୁଝୁଳି, ବଡକୁତୁରୁ, ସାନକୁତୁରୁ, ଜାକରବନ୍ଧ, ଜେମାଦେଇପୁର, ଅଡାଙ୍ଗି, ଲାଲୁସାହି ଓ ଲଣ୍ଡାସାହି ଗାଁର ଆଖପାଖରେ କିଛିଦିନ ହେଲା ବୁଲୁଛନ୍ତି। ଆଜି ସକାଳୁ ଏହି ହାତୀପଲଙ୍କୁ ପଣସ ଫାର୍ମରେ ଦେଖିବାକୁ ମିଳିଥିଲା। ହାତୀଗୁଡିକ ଗାଁ ମୁହାଁ ହେଉଥିବାରୁ ଲୋକେ ଆତଙ୍କୀତ ଅବସ୍ଥାରେ ଅଛନ୍ତି।

ହାତୀଙ୍କୁ ଜଙ୍ଗଲକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

Related story