ସ୍କୁଲ କୋଠା ଭାଙ୍ଗି ମଧ୍ୟାହ୍ନ ଭୋଜନ ଚାଉଳ ଖାଇଗଲେ ହାତୀପଲ

Ordigital Desk
  • Published: Sunday, 04 March 2018
  • , Updated: 04 March 2018, 12:25 PM IST
<p>ରାଇରଙ୍ଗପୁର(ଓଡ଼ିଶା ରିପୋର୍ଟର):ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଉତ୍ପାତ କରୁଛନ୍ତି ହାତୀପଲ। ରାଇରଙ୍ଗପୁର ରେଞ୍ଜର ବିଜାତଳା ବ୍ଲକର ଖେଜୁରୀ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି ଜଙ୍ଗଲୀ ହାତୀ। ଗାଁରେ ବହୁ ଘର ଓ ସ୍କୁଲ କୋଠା ଭାଙ୍ଗିବା ସହ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ମଧ୍ୟ ଖାଇଯାଇଥିବା ଅଭିଯୋଗ ହୋଇଛି।</p> <p>ସେହିଭଳି କାଦୁଆଣି ଗାଁରେ ମଧ୍ୟ ବହୁ ଘର ଭାଙ୍ଗିଛନ୍ତି ହାତୀପଲ। ଏହି ହାତୀପଲ ଏବେ ଖେଜୁରୀ ଜଙ୍ଗଲରେ ରହିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେମାନଙ୍କୁ ଘଉଡାଇବା ପାଇଁ ବନବିଭାଗ ଉଦ୍ୟମ ଚଳାଇଛି। କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି।</p> <p>ସୂଚନାଯୋଗ୍ୟ, ଗତକାଲି ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଗୋରୁମହିଷାଣୀ ଥାନା ଅଞ୍ଚଳରେ ଥିବା ଛତ୍ରମଣ୍ଡଳ ଗାଁରେ ହାତୀପଲ ୫ଟି ଘର ଭାଙ୍ଗି ଦେଇଥିଲେ। ଏହାସହ ଘରେ ଥିବା ଧାନ ଓ ଚାଉଳ ଖାଇ ଦେଇଥିଲେ।</p>

Related story