ଚାଷୀଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବସୋଇ ଗାଁରେ ଦନ୍ତା ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି । ଗୁରୁତର ଚାଷୀ ଜଣଙ୍କ ହେଲେ ପରଜଙ୍ଗ ଥାନା ବସୋଇ ଗାଁ ଡିହସାହିର ମାଗୁଣି ସାହୁ। ସୂଚନା ଅନୁଯାୟୀ, ମାଗୁଣି ଖଳିନାଳୀ ସ୍ଥିତ ନିଜ ଚାଷ ଜମିରୁ ଘରକୁ ଫେରୁଥିବା ବେଳେ ଦନ୍ତା ସହ ମୁହାଁମୁହିଁ ହୋଇଥିଲେ । ଦନ୍ତାଟି ଶୁଣ୍ଢରେ ତାଙ୍କୁ କଚାଡି ଦେଇଥିଲା। ଗୁରୁତର ଅବସ୍ଥାରେ […]

deadbody

Tapaswini Nayak
  • Published: Sunday, 06 December 2020
  • , Updated: 06 December 2020, 02:36 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବସୋଇ ଗାଁରେ ଦନ୍ତା ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି । ଗୁରୁତର ଚାଷୀ ଜଣଙ୍କ ହେଲେ ପରଜଙ୍ଗ ଥାନା ବସୋଇ ଗାଁ ଡିହସାହିର ମାଗୁଣି ସାହୁ।

ସୂଚନା ଅନୁଯାୟୀ, ମାଗୁଣି ଖଳିନାଳୀ ସ୍ଥିତ ନିଜ ଚାଷ ଜମିରୁ ଘରକୁ ଫେରୁଥିବା ବେଳେ ଦନ୍ତା ସହ ମୁହାଁମୁହିଁ ହୋଇଥିଲେ । ଦନ୍ତାଟି ଶୁଣ୍ଢରେ ତାଙ୍କୁ କଚାଡି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି।

Related story