ଘରେ ପଶି ଦଳି ଦେଲା ଦନ୍ତା
ରାଉରକେଲା(ଓଡ଼ିଶା ରିପୋର୍ଟର):ରାଉରକେଲା ବନଖଣ୍ଡର କୁଆରମୁଣ୍ଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଝାରବେଡ଼ା ପଞ୍ଚାୟତ କୁଲୁଟୋଲି ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ୱିତ ରାତିରେ ଏକ ଦନ୍ତାହାତୀ ଘରେ ପଶି ଶୋଇଥିବା ଜଣେ ଯୁବକଙ୍କୁ  ଦଳି ଦେଇଛି।  ତାଙ୍କ ନାଁ ମୃତକ ନବୀନ କେର୍କଟା(୨୦)। ସୂଚନା ଅନୁସାରେ, ନବୀନ ଘରେ ଶୋଇଥିବା ସମୟରେ ଦନ୍ତା କାନ୍ଥକୁ ଧକ୍କା ଦେବାରୁ ଯୁବକ ଜଣକ କାନ୍ଥରେ ଚାପି ହୋଇଯିବା ପରେ ତାଙ୍କୁ ଦଳି ଦେଇଥିଲା।
ସ୍ଥାନୀୟ ଲୋକେ ଓ ବନ ବିଭାଗ କର୍ମଚାରୀ ନବୀନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଦନ୍ତା ଦଲକି ଓ ଝୁରମୁରରେ ମଧ୍ୟ ୬ଟି  ଘର ଭାଙ୍ଗିବା ସହ  ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି।  ଦନ୍ତା ନିଜ ୧୨ ଜଣିଆ ଦଳରୁ ଅଲଗା ହୋଇଯିବା ପରେ ହିଂସ୍ର ହୋଇଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ୧୧ଟି ହାତୀ ବିଶ୍ରା ଫରେଷ୍ଟ ରେଞ୍ଜରେ ତାଙ୍କ ଉତ୍ପାତ ଜାରି ରଖିଛନ୍ତି। ବନ ବିଭାଗ ପକ୍ଷରୁ  ହାତୀ ଘଉଡ଼ାଇବାକୁ  ଉଦ୍ୟମ ଚାଲିଥିଲେ ମଧ୍ୟ  ହାତୀ ଉପଦ୍ରବ କମୁନଥିବା ସ୍ଥାନୀୟ ଲୋକେ  ଅଭିଯୋଗ କରିଛନ୍ତି।
Ordigital Desk
• Published: Friday, 05 January 2018
• Updated: 05 January 2018, 08:46 AM IST
Sports
Latest News
ରାଉରକେଲା(ଓଡ଼ିଶା ରିପୋର୍ଟର):ରାଉରକେଲା ବନଖଣ୍ଡର କୁଆରମୁଣ୍ଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଝାରବେଡ଼ା ପଞ୍ଚାୟତ କୁଲୁଟୋଲି ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ୱିତ ରାତିରେ ଏକ ଦନ୍ତାହାତୀ ଘରେ ପଶି ଶୋଇଥିବା ଜଣେ ଯୁବକଙ୍କୁ  ଦଳି ଦେଇଛି।  ତାଙ୍କ ନାଁ ମୃତକ ନବୀନ କେର୍କଟା(୨୦)। ସୂଚନା ଅନୁସାରେ, ନବୀନ ଘରେ ଶୋଇଥିବା ସମୟରେ ଦନ୍ତା କାନ୍ଥକୁ ଧକ୍କା ଦେବାରୁ ଯୁବକ ଜଣକ କାନ୍ଥରେ ଚାପି ହୋଇଯିବା ପରେ ତାଙ୍କୁ ଦଳି ଦେଇଥିଲା।
ସ୍ଥାନୀୟ ଲୋକେ ଓ ବନ ବିଭାଗ କର୍ମଚାରୀ ନବୀନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଦନ୍ତା ଦଲକି ଓ ଝୁରମୁରରେ ମଧ୍ୟ ୬ଟି  ଘର ଭାଙ୍ଗିବା ସହ  ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି।  ଦନ୍ତା ନିଜ ୧୨ ଜଣିଆ ଦଳରୁ ଅଲଗା ହୋଇଯିବା ପରେ ହିଂସ୍ର ହୋଇଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ୧୧ଟି ହାତୀ ବିଶ୍ରା ଫରେଷ୍ଟ ରେଞ୍ଜରେ ତାଙ୍କ ଉତ୍ପାତ ଜାରି ରଖିଛନ୍ତି। ବନ ବିଭାଗ ପକ୍ଷରୁ  ହାତୀ ଘଉଡ଼ାଇବାକୁ  ଉଦ୍ୟମ ଚାଲିଥିଲେ ମଧ୍ୟ  ହାତୀ ଉପଦ୍ରବ କମୁନଥିବା ସ୍ଥାନୀୟ ଲୋକେ  ଅଭିଯୋଗ କରିଛନ୍ତି।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos