ମହାନଦୀରେ ଫସିଗଲେ ହାତୀପଲ

ଆଠଗଡ଼(ଓଡ଼ିଶା ରିପୋର୍ଟର): ମୁଣ୍ଡଳୀ ନିକଟ ମହାନଦୀ ମଝି ପଠାରେ ଫସି ରହିଛନ୍ତି ହାତୀପଲ।  ଗତରାତିରେ ଚନ୍ଦକା ଜଙ୍ଗଲକୁ ଫେରୁଥିବା ବେଳେ ଫସି ଯାଇଥିବା ସନ୍ଦେହ କରାଯାଉଛି। ଏହି ହାତୀପଲରେ ୧୮ରୁ ୨୦ଟି ହାତୀ ଥିବା ବେଳେ ସେମାନେ ଆଠଗଡ଼ର ସୁକାସନ ଜଙ୍ଗଲରୁ ଚନ୍ଦକା ଜଙ୍ଗଲକୁ ଫେରୁଥିଲେ। ହେଲେ ମହାନଦୀର ଦାସପୁର ଘାଟରୁ ଭଗିପୁର ଆଡକୁ ଯିବାବେଳେ ଅଧିକ ପାଣି ହେତୁ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇପାରି ନ ଥିବା ବେଳେ ବନ କର୍ମଚାରୀ ସେମାନଙ୍କ ଉପରେ […]

hati

Niharika Rout
  • Published: Saturday, 12 September 2020
  • , Updated: 12 September 2020, 08:46 AM IST

ଆଠଗଡ଼(ଓଡ଼ିଶା ରିପୋର୍ଟର): ମୁଣ୍ଡଳୀ ନିକଟ ମହାନଦୀ ମଝି ପଠାରେ ଫସି ରହିଛନ୍ତି ହାତୀପଲ।  ଗତରାତିରେ ଚନ୍ଦକା ଜଙ୍ଗଲକୁ ଫେରୁଥିବା ବେଳେ ଫସି ଯାଇଥିବା ସନ୍ଦେହ କରାଯାଉଛି।

ଏହି ହାତୀପଲରେ ୧୮ରୁ ୨୦ଟି ହାତୀ ଥିବା ବେଳେ ସେମାନେ ଆଠଗଡ଼ର ସୁକାସନ ଜଙ୍ଗଲରୁ ଚନ୍ଦକା ଜଙ୍ଗଲକୁ ଫେରୁଥିଲେ। ହେଲେ ମହାନଦୀର ଦାସପୁର ଘାଟରୁ ଭଗିପୁର ଆଡକୁ ଯିବାବେଳେ ଅଧିକ ପାଣି ହେତୁ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇପାରି ନ ଥିବା ବେଳେ ବନ କର୍ମଚାରୀ ସେମାନଙ୍କ ଉପରେ ନଜର ରଖିଛନ୍ତି।

Related story