ସେବାଶ୍ରମରେ ପଶି ଭାଙ୍ଗିଲେ ଓ ଖାଇଲେ

ବାରିପଦା (ମାଣିକ ଲାଲ ପାଣି): ସେବାଶ୍ରମରେ ପଶି ଭଙ୍ଗାରୁଜା କରିବା ସହିତ ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଖାଇ ଦେଲେ ହାତୀପଲ। ଗତକାଲି ରାତିରେ ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ବିଶ୍ୱବନ୍ଧୁ ସେବାଶ୍ରମରେ। ଗତକାଲି ରାତି ପ୍ରାୟ ସାଢ଼େ ତିନିଟା ସମୟରେ ଏହି ହାତୀପଲ ସେବାଶ୍ରମ ଭିତରେ ପଶିଥିଲେ। ହାତୀପଲରେ ୨୨ଟି ହାତୀ ଥିଲେ। ସେମାନେ ପାଚେରି ଭାଙ୍ଗି ସେବାଶ୍ରମ ଭିତରେ ପଶିଥିଲେ। ହାତୀପଲ ସେବାଶ୍ରମର ଦୁଇଟି ଘରକୁ ଭାଙ୍ଗି […]

home

Jitendra Garnayak
  • Published: Tuesday, 22 January 2019
  • , Updated: 22 January 2019, 10:47 AM IST

ବାରିପଦା (ମାଣିକ ଲାଲ ପାଣି): ସେବାଶ୍ରମରେ ପଶି ଭଙ୍ଗାରୁଜା କରିବା ସହିତ ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଖାଇ ଦେଲେ ହାତୀପଲ। ଗତକାଲି ରାତିରେ ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ବିଶ୍ୱବନ୍ଧୁ ସେବାଶ୍ରମରେ।

ଗତକାଲି ରାତି ପ୍ରାୟ ସାଢ଼େ ତିନିଟା ସମୟରେ ଏହି ହାତୀପଲ ସେବାଶ୍ରମ ଭିତରେ ପଶିଥିଲେ। ହାତୀପଲରେ ୨୨ଟି ହାତୀ ଥିଲେ। ସେମାନେ ପାଚେରି ଭାଙ୍ଗି ସେବାଶ୍ରମ ଭିତରେ ପଶିଥିଲେ। ହାତୀପଲ ସେବାଶ୍ରମର ଦୁଇଟି ଘରକୁ ଭାଙ୍ଗି ଦେଇଥିଲେ। ରୋଷେଇ ଘର କାନ୍ଥ ଭାଙ୍ଗି ଚାଉଳ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଖାଇ ଦେଇଥିଲେ। ତେବେ ହାତୀପଲ ଅନ୍ତେବାସୀଙ୍କର କିଛି କ୍ଷତି କରି ନାହାନ୍ତି।

ଏହି ଘଟଣା ସଂପର୍କରେ ସୂଚନା ପାଇ ବନବିଭାଗ କର୍ମଚାରୀ, ବିଡିଓ ଓ ତହସିଲଦାର ସେଠାରେ ପହଞ୍ଚିଥିଲେ।

ଜଣେ ବନ ବିଭାଗ କର୍ମଚାରୀ କହିଛନ୍ତି,“ ଗତକାଲି ରାତିରେ ଏହି ହାତୀ ପଲ କରଞ୍ଜି‌ଆ ରେଞ୍ଜରୁ ଆସି ସେବାଶ୍ରମରେ ପଶିଥିଲେ। ଏହି ହାତୀ ପଲ ୭ ହେଲା କରଞ୍ଜିଆ ରେଞ୍ଜରେ ଅଛନ୍ତି। ବନ ବିଭାଗ ପକ୍ଷରୁ ଏହି ହାତୀ ପଲ ଉପରେ ନଜର ରଖାଯାଇଥିଲା । ସେମାନେ ଗତକାଲି ସେବାଶ୍ରମରେ ପଶି ଦୁଇଟି ଘର ଭାଙ୍ଗିଦେବା ସହ ଚାଉଳ ଓ ରୋଷେଇ ସାମଗ୍ରୀ ଖାଇଦେଇଛନ୍ତି। କ୍ଷୟକ୍ଷତିର ଆକଳନ କରି ତହସିଲଦାର ରିପୋର୍ଟ ଦେଲେ କ୍ଷତିପୂରଣ ଦିଆଯିବ।”

Related story