ରାଜ୍ୟର ଶିଳ୍ପ ସଂସ୍ଥାରେ କେତେ ନିଯୁକ୍ତି ମିଳିଛି ମନ୍ତ୍ରୀ ରଖିଲେ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁ ନାହିଁ।  ଏହାକୁ ନେଇ ଗୃହରେ ଆଜି ଉଦ୍‌ବେଗ ପ୍ରକାଶ ପାଇଛି। ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ ଆଜି ପ୍ରଶ୍ନୋତ୍ତର କାଳରେ ଏହି ପ୍ରସଙ୍ଗ ଉଠାଇଥିଲେ। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳୁ ବୋଲି ଦାବି କରିଥିଲେ ସେମାନେ। ମନ୍ତ୍ରୀ ସୁଶାନ୍ତ ସିଂହ ଏ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି।  ସେ କହିଛନ୍ତି,“ ରାଜ୍ୟର ୫୫୦ଟି ଶିଳ୍ପ ସଂସ୍ଥାରେ ୨ଲକ୍ଷ ୬୬ହଜାର ୮୫୪ […]

754

Tapas Behera
  • Published: Tuesday, 02 July 2019
  • , Updated: 02 July 2019, 01:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁ ନାହିଁ।  ଏହାକୁ ନେଇ ଗୃହରେ ଆଜି ଉଦ୍‌ବେଗ ପ୍ରକାଶ ପାଇଛି। ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ ଆଜି ପ୍ରଶ୍ନୋତ୍ତର କାଳରେ ଏହି ପ୍ରସଙ୍ଗ ଉଠାଇଥିଲେ। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳୁ ବୋଲି ଦାବି କରିଥିଲେ ସେମାନେ।

ମନ୍ତ୍ରୀ ସୁଶାନ୍ତ ସିଂହ ଏ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି।  ସେ କହିଛନ୍ତି,“ ରାଜ୍ୟର ୫୫୦ଟି ଶିଳ୍ପ ସଂସ୍ଥାରେ ୨ଲକ୍ଷ ୬୬ହଜାର ୮୫୪ କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ  ୩୯ହଜାର ୮୯୩ଜଣ ହେଉଛନ୍ତି ବାହାର ରାଜ୍ୟର।

ସେ ଆହୁରି କହିଛନ୍ତି,“ କୁଶଳୀ ଶ୍ରମିକ ପାଇଁ ୬୦ ପ୍ରତିଶତ, ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀଙ୍କ ପାଇଁ ୯୦ପ୍ରତିଶତ ଓ ପରିଚାଳନା ଅଧିକାରୀଙ୍କ ପାଇଁ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି।”

ତେବେ ପାରାଦୀପର ଆଇଓସିଏଲ୍, ଇଫ୍‌କୋ, ପିପିଟି ଓ ପିପିଏଲରେ କେତେ ସ୍ଥାନୀୟ ଲୋକ ନିଯୁକ୍ତି ପାଇଛନ୍ତି ତାର ଉତ୍ତର ମନ୍ତ୍ରୀ ଦେଇପାରିନଥିଲେ ।

ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହେଉଥିବା ବେଳେ ୧୦ ଦିନ ପରେ ଅର୍ଥାତ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ।

Related story