କିନ୍ନରଙ୍କୁ ମିଳିଲା ସୀକୃତି: ଚାକିରି ଦେଲେ ଜୟପୁର ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ,ଏଣିକି ଜଗିବେ ମେଡିକାଲ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହରରେ ଥିବା କିନ୍ନରମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଜୟପୁର ଉପଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର।  ଜିଲ୍ଲା ପୌରପରିଷଦରେ କିନ୍ନର ମାନଙ୍କୁ ତାଲିମ ପ୍ରଦାନ କରାଯାଇ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତୀ, ଉପଜିଲ୍ଲାପାଳ ଓ ପୌର ପରିଷଦ ଅଧ୍ୟକ୍ଷା ଆର. ପଦ୍ମା ଯୋଗ ଦେଇ ପ୍ରମାଣପତ୍ର ପ୍ରଦାନ କରିଥିଲେ। ବିଧାୟକ କିନ୍ନର ସଂଘ ପାଣ୍ଠିକୁ ୫ […]

jeypore

Rakesh Mallick
  • Published: Monday, 07 August 2017
  • , Updated: 07 August 2017, 08:21 AM IST

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହରରେ ଥିବା କିନ୍ନରମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଜୟପୁର ଉପଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର।  ଜିଲ୍ଲା ପୌରପରିଷଦରେ କିନ୍ନର ମାନଙ୍କୁ ତାଲିମ ପ୍ରଦାନ କରାଯାଇ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତୀ, ଉପଜିଲ୍ଲାପାଳ ଓ ପୌର ପରିଷଦ ଅଧ୍ୟକ୍ଷା ଆର. ପଦ୍ମା ଯୋଗ ଦେଇ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ବିଧାୟକ କିନ୍ନର ସଂଘ ପାଣ୍ଠିକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି।  ତେବେ ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଏହି ତାଲିମପ୍ରାପ୍ତ କିନ୍ନରମାନେ ଜୟପୁର ଉପଖଣ୍ଡ ଚିକିତ୍ସାଳୟର ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରିବେ।

Related story