ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ଚାଙ୍ଗୁଡ଼ିଦେଇ ପାହାଡ଼ ନିକଟରେ ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ପ୍ରଧାନ ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ଦିଗପହଣ୍ଡିଠାରେ ଜୟ ଡକାୟତି କରିବା ପାଇଁ ଯୋଜନା କରୁଥିବା ପୁଲିସ୍ ଖବର ପାଇଥିଲା। ପୁଲିସ୍‌ ସେହି ସ୍ଥାନରେ ଚଢ଼ାଉ କରିଥିଲା। ପୁଲିସ୍‌କୁ ଦେଖି ଜୟ ଦୌଡ଼ି ପଳାଇଯାଇଥିଲା। ପୁଲିସ୍‌ ତାର ପିଛା କରିଥିଲା।  ଚାଙ୍ଗୁଡ଼ିଦେଇ ପାହାଡ଼ […]

encounter

Jitendra Garnayak
  • Published: Friday, 21 December 2018
  • , Updated: 21 December 2018, 11:26 AM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ଚାଙ୍ଗୁଡ଼ିଦେଇ ପାହାଡ଼ ନିକଟରେ ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ପ୍ରଧାନ ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତକାଲି ଦିଗପହଣ୍ଡିଠାରେ ଜୟ ଡକାୟତି କରିବା ପାଇଁ ଯୋଜନା କରୁଥିବା ପୁଲିସ୍ ଖବର ପାଇଥିଲା। ପୁଲିସ୍‌ ସେହି ସ୍ଥାନରେ ଚଢ଼ାଉ କରିଥିଲା।

ପୁଲିସ୍‌କୁ ଦେଖି ଜୟ ଦୌଡ଼ି ପଳାଇଯାଇଥିଲା। ପୁଲିସ୍‌ ତାର ପିଛା କରିଥିଲା।  ଚାଙ୍ଗୁଡ଼ିଦେଇ ପାହାଡ଼ ନିକଟରେ ସେ ପୁଲିସ୍‌ ଉପରକୁ ଗୁଳି  କରି ଥିଲା।  ପୁଲିସ୍‌ ଏହାର ଜବାବ ଦେଇଥିଲେ। ପାଲଟା ଗୁଳିମାଡ଼ରେ ସେ ଆହତ ହୋଇଥିଲା।

ଜୟ ସହିତ ପୁଲିସର ମୁହାଁମୁହିଁ ବେଳେ ଦିଗପହଣ୍ଡି ଥାନା ଆଇଆଇସିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି।

ଜୟ ପାଖରୁ ବାଇକ୍‌, ଦେଶୀ ପିସ୍ତଲ ଓ ବୋମା ଜବତ କରାଯାଇଛି। ତା’ ନାଁରେ ୨୦ରୁ ଅଧିକ ମାମଲା ରହିଛି।

 

Related story