ନରାଜରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କଟକ (ଓଡ଼ିଶା ରିପୋର୍ଟର): ସାଙ୍ଗମାନଙ୍କ ସହିତ ଗାଧୋଇବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ର ବୁଡ଼ି ଯାଇଛନ୍ତି। ସେ ହେଉଛନ୍ତି ଝାରଖଣ୍ଡର ଭିକି କୁମାର। ସେ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଏକ ଇଞ୍ଜିନିୟରିଂ ସ୍କୁଲରେ ପାଠ ପଢ଼ୁଥିଲେ। ଆଜି ଭିକି ତାଙ୍କର ୪ ଜଣ ସାଙ୍ଗଙ୍କ ସହ କଟକର ନରାଜ ମହାନଦୀ ଆନିକଟରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁ ନଦୀ ସୁଅରେ ଭାସି ଯାଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୪ ଜଣ ପହଁରି ପହଁରି କୂଳକୁ ଫେରିଆସିଥିଲେ। […]

engineering-student-goes-missing-in-mahanadi-while-taking-a-bath

Manoranjan Sial
  • Published: Sunday, 26 May 2019
  • , Updated: 26 May 2019, 04:06 PM IST

କଟକ (ଓଡ଼ିଶା ରିପୋର୍ଟର): ସାଙ୍ଗମାନଙ୍କ ସହିତ ଗାଧୋଇବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ର ବୁଡ଼ି ଯାଇଛନ୍ତି। ସେ ହେଉଛନ୍ତି ଝାରଖଣ୍ଡର ଭିକି କୁମାର। ସେ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଏକ ଇଞ୍ଜିନିୟରିଂ ସ୍କୁଲରେ ପାଠ ପଢ଼ୁଥିଲେ।

ଆଜି ଭିକି ତାଙ୍କର ୪ ଜଣ ସାଙ୍ଗଙ୍କ ସହ କଟକର ନରାଜ ମହାନଦୀ ଆନିକଟରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁ ନଦୀ ସୁଅରେ ଭାସି ଯାଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୪ ଜଣ ପହଁରି ପହଁରି କୂଳକୁ ଫେରିଆସିଥିଲେ। ମାତ୍ର ଭିକି କୂଳକୁ ଫେରି ନଥିଲେ। ଏ ନେଇ ଭିକିଙ୍କ ସାଙ୍ଗମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଭିକିଙ୍କୁ ଖୋଜୁଛନ୍ତି। ବର୍ତ୍ତମାନ ସୁଦ୍ଧା ନିଖୋଜ ଛାତ୍ରଙ୍କର କୌଣସି ପତ୍ତା ମିଳିପାରି ନାହିଁ।

Related story