ହଡପ୍‌ ଅଭିଯୋଗରେ ବନ୍ଧା ହେଲେ ଆଗ୍ରୋ ସଂସ୍ଥାର ଏମ୍‌ଡିଙ୍କ ସମେତ ୩

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ କୃଷି ଯନ୍ତ୍ରାଂଶ ଯୋଗାଇଦେବା ନାଁରେ ୧୨ କୋଟି ଟଙ୍କାର ସରକାରୀ ସବ୍‌ସିଡି ଟଙ୍କା ହଡ଼ପ୍‌ ହୋଇଛି। ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ସ୍କିମ୍‌ରେ ଚାଷୀଙ୍କ ଟଙ୍କା ହଡ଼ପ୍‌ ଅଭିଯୋଗରେ ଆଗ୍ରୋ ସଂସ୍ଥାର ଏମ୍‌ଡିଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ ବ୍ରାଞ୍ଚ EOW। ସେମାନେ ହେଲେ ପ୍ରଦୀପ କୁମାର ଆଚାର୍ଯ୍ୟ, ପ୍ରଭ ରଞ୍ଜନ ଦାସ ଓ ସେଖ ଫାୟଜ। ଅଭିଯୁକ୍ତ ପ୍ରଦୀପ କୁମାର ଆଚାର୍ଯ୍ୟ ହେଉଛନ୍ତି ଅନ୍ନପୂର୍ଣ୍ଣା ଅଗ୍ରୋ ଇଣ୍ଟରନ୍ୟାସ୍‌ନାଲ ପ୍ରାଇଭେଟ୍‌ […]

EOW

  • Published: Saturday, 17 December 2022
  • , Updated: 17 December 2022, 04:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ କୃଷି ଯନ୍ତ୍ରାଂଶ ଯୋଗାଇଦେବା ନାଁରେ ୧୨ କୋଟି ଟଙ୍କାର ସରକାରୀ ସବ୍‌ସିଡି ଟଙ୍କା ହଡ଼ପ୍‌ ହୋଇଛି। ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ସ୍କିମ୍‌ରେ ଚାଷୀଙ୍କ ଟଙ୍କା ହଡ଼ପ୍‌ ଅଭିଯୋଗରେ ଆଗ୍ରୋ ସଂସ୍ଥାର ଏମ୍‌ଡିଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ ବ୍ରାଞ୍ଚ EOW। ସେମାନେ ହେଲେ ପ୍ରଦୀପ କୁମାର ଆଚାର୍ଯ୍ୟ, ପ୍ରଭ ରଞ୍ଜନ ଦାସ ଓ ସେଖ ଫାୟଜ।

ଅଭିଯୁକ୍ତ ପ୍ରଦୀପ କୁମାର ଆଚାର୍ଯ୍ୟ ହେଉଛନ୍ତି ଅନ୍ନପୂର୍ଣ୍ଣା ଅଗ୍ରୋ ଇଣ୍ଟରନ୍ୟାସ୍‌ନାଲ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି। ଏହି ସଂସ୍ଥା ଚାଷୀଙ୍କୁ କୃଷିଜାତ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ ସରକାରଙ୍କ ଡାଇରେକ୍ଟ ବେନିଫିଟ୍‌ ସ୍କିମ୍‌ରେ ପଞ୍ଜୀକୃତ ହୋଇଥିଲା। ଦୁଇ ଜଣ ଡିଲରଙ୍କ ଜରୀଆରେ ଏହି ସଂସ୍ଥା ଷଡଯନ୍ତ୍ର କରି ନକଲି ବିଲ୍‌ ଓ ତଥ୍ୟ ଦେଇ ସବ୍‌ସିଡି ହଡ଼ପ୍‌ କରିଥିଲେ। ଯେଉଁଥିପାଇଁ ସେମାନଙ୍କୁ ଗିରଫ କରିଛି EOW।

Related story