ଭୁବନେଶ୍ୱର: ୨ କୋଟି ଟଙ୍କା ଠକେଇ ଅଭିଯୋଗରେ ଆଜି ଅର୍ଥନୈତିକ ଅପରାଧ ଶାଖା (EOW) ଜଣେ ମହିଳାଙ୍କୁ ଗିରଫ କରିଛି। ତାଙ୍କ ନାଁ ରୋଜାଲିନ ମଲ୍ଲିକ। ସେ ସୂର୍ଯ୍ୟ ନିର୍ମାଣ ରିସୋର୍ସେସର ନିର୍ଦ୍ଦେଶକ ଅଛନ୍ତି। ଜମି ଯୋଗାଇ ଦେବା ନାଁରେ ସେ ୨ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ମାମଲାରେ ତାଙ୍କ ସ୍ୱାମୀ ଚିନ୍ମୟ ମଲ୍ଲିକଙ୍କୁ ଗିରଫ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।