‘ଯେମିତି ଓଟିଭି ବିରୋଧରେ ମାମଲା କଲ, ବିରୋଧୀ ଦଳଙ୍କ ବିରୋଧରେ ବି କରିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ଉଠିଲା ଓଟିଭି ନାଁରେ ମାମଲା ପ୍ରସଙ୍ଗ। ଏହି ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଏପିଡେମିକ ଡିଜିଜ୍ ସଂଶୋଧନ ବିଲ୍ ଆଲୋଚନାରେ ପ୍ରସଙ୍ଗ ଉଠାଇଲେ ଜୟନାରାୟଣ । ଜୟନାରାୟଣ କହିଛନ୍ତି ଯେ, ବିଲରେ ବ୍ୟବସ୍ଥା ଅଛି, ଯିଏ ବିରୋଧ କରିବ ମାମଲା ହେବ। ଅର୍ଥାତ ମହାମାରୀ ଆକ୍ଟରେ ସରକାର ନେଉଥିବା ପଦକ୍ଷେପ କିମ୍ବା ସେ ସମ୍ପର୍କିତ ପ୍ରସଙ୍ଗରେ ଯିଏ ବିରୋଧ କରିବ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମୋକଦ୍ଦମା ହେବ। ଯେମିତି ଓଟିଭି […]

assemble

Tapas Behera
  • Published: Wednesday, 30 September 2020
  • , Updated: 30 September 2020, 04:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ଉଠିଲା ଓଟିଭି ନାଁରେ ମାମଲା ପ୍ରସଙ୍ଗ। ଏହି ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଏପିଡେମିକ ଡିଜିଜ୍ ସଂଶୋଧନ ବିଲ୍ ଆଲୋଚନାରେ ପ୍ରସଙ୍ଗ ଉଠାଇଲେ ଜୟନାରାୟଣ । ଜୟନାରାୟଣ କହିଛନ୍ତି ଯେ, ବିଲରେ ବ୍ୟବସ୍ଥା ଅଛି, ଯିଏ ବିରୋଧ କରିବ ମାମଲା ହେବ। ଅର୍ଥାତ ମହାମାରୀ ଆକ୍ଟରେ ସରକାର ନେଉଥିବା ପଦକ୍ଷେପ କିମ୍ବା ସେ ସମ୍ପର୍କିତ ପ୍ରସଙ୍ଗରେ ଯିଏ ବିରୋଧ କରିବ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମୋକଦ୍ଦମା ହେବ। ଯେମିତି ଓଟିଭି ବିରୋଧରେ ମାମଲା ହୋଇଥିଲା ବୋଲି ଜୟନାରାୟଣ କହିଛନ୍ତି।

ଓଟିଭି ଉଦାହରଣ ଦେଇ ଜୟ ନାରାୟଣ କହିଛନ୍ତି ଯେ, ଆଗାମୀ ଦିନରେ ବିରୋଧୀ ଦଳ ନାମରେ ମାମଲା କରିଦେବେ। ଆମେ ଏଭଳି ବିଲକୁ ସମର୍ଥନ କରୁନାହୁଁ ବୋଲି ଜୟନାରାୟଣ ମିଶ୍ର କହିଲେ।

ସୂଚନା ଅନୁଯାୟୀ ମାସକ ପୂର୍ବରୁ କୋଭିଡ୍ ହସପିଟାଲରେ ଦୁଇ ବନ୍ଧୁଙ୍କ ବାର୍ତ୍ତାଳପକୁ ନେଇ ଭାଇରାଲ ହୋଇଥିବା ବେଳେ ଏହାକୁ ଓଟିଭି ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରଣ କରାଯାଇଥିବାରୁ ବିଏମସି ପକ୍ଷରୁ ଓଟିଭି ବିରୋଧରେ ମାମଲା କରାଯାଇଥିଲା।

Related story