ଜଣକୁ ଭୋଟ ଦେଲେ ଅନ୍ୟପାଖକୁ ଯାଉଛି! ବୁଥ୍‌ରେ ଉତ୍ତେଜନା

ନରସିଂହପୁର (ଦିଲ୍ଲୀପ ପଣ୍ଡା): ଗୋଟିଏ ଚିହ୍ନରେ ଭୋଟ ଦେଲେ ଭୋଟ ଆଉ ଜଣଙ୍କ ପାଖକୁ ଯାଉଛି। ଏପରି ଅଭିଯୋଗ ଆସିବା ପରେ ଏବେ ସମ୍ପୃକ୍ତ ବୁଥରେ ମତଦାନ ବନ୍ଦ ରହିଛି। ଠିକ ଭାବେ VVPAT ସଂଯୋଗ କରାଯାଇନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଆଜି କଟକ ଜିଲ୍ଲା ବଡ଼ମ୍ୱା ନିର୍ବାଚନମଣ୍ଡଳୀର ଝାଜିଆ ୟୁଜିଏମ୍‌ଇ ସ୍କୁଲର ବୁଥ୍‌ ନଂ ୧୯୬ରେ ମତଦାନ ଆରମ୍ଭ ହୋଇଥିଲା। ତେବେ EVM ଓ VVPATରେ ତ୍ରୁଟି ଯୋଗୁ ଗୋଟିଏ ଦଳକୁ […]

erratic-evm-machine-causes-tension-in-badamba

Manoranjan Sial
  • Published: Tuesday, 23 April 2019
  • , Updated: 23 April 2019, 04:23 PM IST

ନରସିଂହପୁର (ଦିଲ୍ଲୀପ ପଣ୍ଡା): ଗୋଟିଏ ଚିହ୍ନରେ ଭୋଟ ଦେଲେ ଭୋଟ ଆଉ ଜଣଙ୍କ ପାଖକୁ ଯାଉଛି। ଏପରି ଅଭିଯୋଗ ଆସିବା ପରେ ଏବେ ସମ୍ପୃକ୍ତ ବୁଥରେ ମତଦାନ ବନ୍ଦ ରହିଛି। ଠିକ ଭାବେ VVPAT ସଂଯୋଗ କରାଯାଇନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।

ଆଜି କଟକ ଜିଲ୍ଲା ବଡ଼ମ୍ୱା ନିର୍ବାଚନମଣ୍ଡଳୀର ଝାଜିଆ ୟୁଜିଏମ୍‌ଇ ସ୍କୁଲର ବୁଥ୍‌ ନଂ ୧୯୬ରେ ମତଦାନ ଆରମ୍ଭ ହୋଇଥିଲା। ତେବେ EVM ଓ VVPATରେ ତ୍ରୁଟି ଯୋଗୁ ଗୋଟିଏ ଦଳକୁ ଭୋଟ ଦେଲେ ତାହା ଅନ୍ୟ ଦଳକୁ ଯାଉଥିଲା। ଏ ସମ୍ପର୍କରେ ଜଣେ ମତଦାତା ପ୍ରିଜାଇଡିଂ ଅଫିସରଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର ଏହାକୁ ପ୍ରିଜାଇଡିଂ ଅଧିକାରୀ ଗୁରୁତ୍ୱର ସହ ନେଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପୋଲିଂ କର୍ମଚାରୀ ଓ ଭୋଟରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଖବର ପାଇଁ ନିର୍ବାଚନ ଅଧିକାରୀ ଓ ପୁଲିସ ବୁଥ୍‌ରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। EVM ଓ VVPAT ଯାଞ୍ଚ କରିବାରୁ ସେଥିରେ ତ୍ରୁଟି ଥିବା ଜଣାପଡ଼ିଥିଲା। ଯେଉଁଥିପାଇଁ ସେଠାରେ ଏବେ ମତଦାନ ବନ୍ଦ ରହିଛି। ମାତ୍ର ଏନେଇ ନିର୍ବାଚନ ଅଧିକାରୀ କିଛି କହିବାକୁ ମନା କରିଦେଇଛନ୍ତି।

Related story