ଟିକା ନେଲେ ବି କୋଭିଡ ସଂକ୍ରମଣ ସମ୍ଭାବନା ରହିଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଟିକା ନେଲେ ବି କୋଭିଡ ସଂକ୍ରମଣ ହେବାର ସମ୍ଭାବନା ରହିଛି । ତେଣୁ ନିୟମ ମାନି ଲୋକ କାମ କରନ୍ତୁ।  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି ।  ଟିକା ନେଲେ ମୃତ୍ୟୁହାର କମିବ, ତଥାପି ଲୋକେ କୋଭିଡ ନିୟମ ମାନି ଚଳିଲେ କୋଭିଡ ଚେନରେ ବ୍ରେକ୍ ଲାଗିବ। ସେପଟେ କିଛି ଜିଲ୍ଲାରେ TMC ଖୋଲିଛି  ଆଉ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆବଶ୍ୟକତା ଅନୁସାରେ TMC ଖୋଲିବାକୁ ନିର୍ଦେଶ ଦିଆଯାଇଛି । […]

uio

Tapas Behera
  • Published: Monday, 19 April 2021
  • , Updated: 19 April 2021, 04:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଟିକା ନେଲେ ବି କୋଭିଡ ସଂକ୍ରମଣ ହେବାର ସମ୍ଭାବନା ରହିଛି । ତେଣୁ ନିୟମ ମାନି ଲୋକ କାମ କରନ୍ତୁ।  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି ।  ଟିକା ନେଲେ ମୃତ୍ୟୁହାର କମିବ, ତଥାପି ଲୋକେ କୋଭିଡ ନିୟମ ମାନି ଚଳିଲେ କୋଭିଡ ଚେନରେ ବ୍ରେକ୍ ଲାଗିବ।

ସେପଟେ କିଛି ଜିଲ୍ଲାରେ TMC ଖୋଲିଛି  ଆଉ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆବଶ୍ୟକତା ଅନୁସାରେ TMC ଖୋଲିବାକୁ ନିର୍ଦେଶ ଦିଆଯାଇଛି । ଆଗକୁ ଦୈନିକ ୫୦ ହଜାର ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ସରକାରୀ ଓ ଘରୋଇ ହସ୍ପିଟାଲରେ ୯୦୦୮ଟି ସାଧାରଣ ବେଡ ରହିଛି।  ସେଠି ୧୭.୫ ପ୍ରତିଶତ ରୋଗୀ ଅଛନ୍ତି।

ସେହପରି ଆଇସିୟୁ ବେଡ ବି ପ୍ରସ୍ତୁତ ରହିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୨୧.୦୧ ପ୍ରତିଶତ ରୋଗୀ ଆଇସିୟୁରେ ରହିଛନ୍ତି । ସେପଟେ ରାଜ୍ୟରେ ୭୮୨ଟି ଭେଣ୍ଟିଲେଟରରେ ୭ .୪ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି । ଓଡ଼ିଶାରୁ ପାଖାପାଖି ୪୦୦ ବ୍ୟକ୍ତି ପଞ୍ଜିକରଣ କରି କୁମ୍ଭମେଳା ଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଟିକା ନେଲେ କୋଭିଡ୍‌ ହେବ ନାହିଁ ସେମିତି କିଛି ନାହିଁ। ଟିକା ଯିଏ ନେଲେ ମଧ୍ୟ ସତର୍କମୂଳକ ପଦକ୍ଷେପ ନେବାକୁ ପଡ଼ିବ। ମାସ୍କ,ସାମାଜିକ ଦୂରତା ଓ ହାତ ଧୋଇବା ଆଦି ନିୟମ ମାନିବାକୁ ପଡ଼ିବ। ଭୟାବହତା କମିବ। ମୃତ୍ୟୁ ହାର କମିବ। ତେବେ ଜିଲ୍ଲାସ୍ତରରେ ବେଡ୍‌ ବଢ଼ାଯାଉଛି ବୋଲି ସେ କହିଛନ୍ତି।

Related story