ଭୁବନେଶ୍ୱରରୁ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ, ୪୩ ଲୋକାଲ୍‌ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରୁ ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ  ୮୫ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୩ ଲୋକାଲ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ତେବେ ଆଜି କରୋନା ଯୋଦ୍ଧା ଭାବେ ପରିଚିତ ମେଡିକାଲ୍‌ କର୍ମଚାରୀ ଓ ସାମ୍ୱାଦିକ ମହାମାରୀ କବଳରୁ ବର୍ତ୍ତି ପାରିନାହାନ୍ତି। ସେମାନେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। Update on newly detected & cured #COVID19 cases in the […]

bmc

bmc

Manoranjan Sial
  • Published: Friday, 31 July 2020
  • Updated: 31 July 2020, 06:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରୁ ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ  ୮୫ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୩ ଲୋକାଲ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ତେବେ ଆଜି କରୋନା ଯୋଦ୍ଧା ଭାବେ ପରିଚିତ ମେଡିକାଲ୍‌ କର୍ମଚାରୀ ଓ ସାମ୍ୱାଦିକ ମହାମାରୀ କବଳରୁ ବର୍ତ୍ତି ପାରିନାହାନ୍ତି। ସେମାନେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି।

https://twitter.com/bmcbbsr/status/1289171283322667013?s=20

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଏକ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୮, ସାଲିଆସାହିରୁ ୬, ସତ୍ୟନଗରରୁ ୬, ଭରତପୁରରୁ ୬, ୫ ପୁଲିସ କର୍ମଚାରୀ, ୪ ଘରୋଇ ହସ୍ପିଟାଲ କର୍ମଚାରୀ ପଜିଟିଭ ଅଛନ୍ତି। ସେହିପରି ଅଶୋକ ନଗରରୁ ୩, ନ୍ୟୁ  ଫରେଷ୍ଟ ପାର୍କରୁ ୩, ବରମୁଣ୍ଡାରୁ ୩ ଓ ଏକ ଘରୋଇ ହସ୍ପିଟାଲର ୪ କର୍ମଚାରୀ, ଅନ୍ୟ ଏକ ଘରୋଇ ହସ୍ପିଟାଲର ୩, ଏକ ମିଡିଆ ହାଉସର ୩ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୨୭୩୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୩୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୧୨୮୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos