ଦୁର୍ଘଟଣାରେ ପୂର୍ବତନ ବିଧାୟକ ଯୋଗେଶ ସିଂହ ଆହତ; ଉଦ୍ଧାର ପରେ ଜଳିଗଲା କାର୍

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ। ଏକ ସଡ଼କ ଦୁର୍ଘଟଣାରେ ଯୋଗେଶ ଆହତ ହୋଇଥିବା ବେଳେ ଠିକ୍‌ ସମୟରେ ତାଙ୍କୁ ଉଦ୍ଧାର କରାଯାଇ ନ ଥିଲେ, ଆହୁରି ବଡ଼ ଅଘଟଣ ଘଟି ଯାଇ ଥାଆନ୍ତା। କାରଣ ତାଙ୍କୁ ଓ ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରାଯିବା ପରେ ପରେ ଦୁର୍ଘଟଣାଗ୍ରସ୍ତ କାର୍‌ଟି ଜଳି ଯାଇଥିଲା। ଅନୁଗୋଳ ଠାରୁ ପ୍ରାୟ ୧୫ କିଲୋମିଟର ଦୂର ଆଠଗଡ଼ […]

mla

mla

Jitendra Garnayak
  • Published: Saturday, 09 March 2019
  • Updated: 09 March 2019, 08:36 AM IST

Sports

Latest News

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ। ଏକ ସଡ଼କ ଦୁର୍ଘଟଣାରେ ଯୋଗେଶ ଆହତ ହୋଇଥିବା ବେଳେ ଠିକ୍‌ ସମୟରେ ତାଙ୍କୁ ଉଦ୍ଧାର କରାଯାଇ ନ ଥିଲେ, ଆହୁରି ବଡ଼ ଅଘଟଣ ଘଟି ଯାଇ ଥାଆନ୍ତା। କାରଣ ତାଙ୍କୁ ଓ ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରାଯିବା ପରେ ପରେ ଦୁର୍ଘଟଣାଗ୍ରସ୍ତ କାର୍‌ଟି ଜଳି ଯାଇଥିଲା।

ଅନୁଗୋଳ ଠାରୁ ପ୍ରାୟ ୧୫ କିଲୋମିଟର ଦୂର ଆଠଗଡ଼ ରାସ୍ତାର ଖନ୍ଦାନଳୀ ନିକଟରେ ଗତକାଲି ରାତି ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସେ ସୁନ୍ଦରଗଡ଼ରୁ ଭୁବନେଶ୍ୱର ଯାଉଥିବା ବେଳେ ତାଙ୍କ କାର୍‌ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ରାସ୍ତା ତଳକୁ ସାମାନ୍ୟ ଖସି ଯାଇଥିଲା। ଏହା ପରେ ପରେ କାର୍‌ଟିରୁ ଧୂଆଁ ବାହାରିଥିଲା। ସେହି ସମୟରେ କିଛି ଲୋକ ଏକ ବାହାଘରରେ ଯୋଗ ଦେଇ ସେହି ବାଟ ଦେଇ ଫେରୁଥିଲେ। କାର୍‌ରୁ ଧୂଆଁ ବାହାରୁଥିବା ଦେଖି ସେମାନେ ଯୋଗେଶ ଓ ଅନ୍ୟ ତିନି ଜଣଙ୍କୁ ତୁରନ୍ତ ବାହାର କରି ଦେଇଥିଲେ। ଏହା ପରେ କାର୍‌ଟିରେ ନିଆଁ ଲାଗି ଯାଇଥିଲା। କାର୍‌ଟି ଜଳି ପୂରା ପାଉଁଶ ହୋଇଯାଇଛି।

[caption id="attachment_349884" align="aligncenter" width="750"]jogesh ଆହତ ଯୋଗେଶ ସିଂହ[/caption]

ଦୁର୍ଘଟଣାରେ ଯୋଗେଶ ସିଂହଙ୍କ ସହିତ ଗାଡ଼ିରେ ଥିବା ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି। ଯୋଗେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ତାଙ୍କର ମୁଣ୍ଡ, ଡାହାଣ ଆଖି ପାଖରେ ଓ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଅନ୍ୟ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ଥିବା ଜଣାପଡ଼ିଛି।

accidentଖବରପାଇ ପୁଲିସ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।

[caption id="attachment_349890" align="aligncenter" width="750"]car1 ଦୁର୍ଘଟଣା ପରେ କାର୍‌ଟି ଜଳି ଯାଇଛି[/caption]

ସମସ୍ତଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story