ପଦ୍ମପୁରରୁ ମିଳିଲା ବିପୁଳ ପରିମାଣର ନିଶା ଇଞ୍ଜେକ୍‌ସନ୍‌

ପଦ୍ମପୁର (ଓଡ଼ିଶା ରିପୋର୍ଟର): ଉପ ନିର୍ବାଚନ ପୂର୍ବରୁ ପଦ୍ମପୁରରୁ ମିଳିଲା ବିପୁଳ ପରିମାଣର ନିଶା ଇଞ୍ଜେକ୍‌ସନ୍‌। ତେବେ ଏତେ ପରିମାଣର ଇଞ୍ଜେକ୍‌ସନ୍‌ କେଉଁଠୁ ଆସୁଥିଲା ଓ କେଉଁଠିକି ଯାଉଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ନିଶା ଇଞ୍ଜେକ୍‌ସନ୍‌କୁ ଜବତ କରି ପଦ୍ମପୁର ଅବକାରୀ ବିଭାଗ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ନିଶା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପଦ୍ମପୁର ତାଲପାଲି ଛକ ନିକଟରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୫୯୦ଟି […]

Padmapur

  • Published: Tuesday, 29 November 2022
  • , Updated: 29 November 2022, 09:12 PM IST

ପଦ୍ମପୁର (ଓଡ଼ିଶା ରିପୋର୍ଟର): ଉପ ନିର୍ବାଚନ ପୂର୍ବରୁ ପଦ୍ମପୁରରୁ ମିଳିଲା ବିପୁଳ ପରିମାଣର ନିଶା ଇଞ୍ଜେକ୍‌ସନ୍‌। ତେବେ ଏତେ ପରିମାଣର ଇଞ୍ଜେକ୍‌ସନ୍‌ କେଉଁଠୁ ଆସୁଥିଲା ଓ କେଉଁଠିକି ଯାଉଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ନିଶା ଇଞ୍ଜେକ୍‌ସନ୍‌କୁ ଜବତ କରି ପଦ୍ମପୁର ଅବକାରୀ ବିଭାଗ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ନିଶା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପଦ୍ମପୁର ତାଲପାଲି ଛକ ନିକଟରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୫୯୦ଟି ଇଞ୍ଜେକ୍‌ସନ୍‌ ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ। ଏଥିସହ ୧୫୦ଟି କଫ୍‌ ସିରଫ୍‌ ଓ ନଗଦ ୩ ଲକ୍ଷ ଟଙ୍କା ଜବତ କରିଥିଲା ଅବକାରୀ ବିଭାଗ। ଏହି ମାମଲାରେ ମନୋଜ କୁମାର ବାଜପେୟୀକୁ ଅବକାରୀ ବିଭାଗ ଗିରଫ କରିଛି। ତା’ ନାଁରେ ପୂର୍ବରୁ ଅଭିଯୋଗ ଥିବା ଅବକାରୀ ପୁଲିସ ସୂଚନା ଦେଉଛି। ଜବତ ହୋଇଥିବା ନିଶା ଇଞ୍ଜେକ୍‌ସନ୍‌ କେଉଁଠିକି ଯାଉଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ଅବକାରୀ ଥାନା ଅଧିକାରୀଙ୍କ କହିବା ଅନୁସାରେ ପୂର୍ବରୁ ଏତେ ପରିମାଣର ନିଶା ଦ୍ରବ୍ୟ ଧରା ହୋଇନଥିଲା। ଏଥର କିନ୍ତୁ ବିପୁଳ ପରିମାଣର ଜବତ କରାଯାଇଛି। ଆମେ ନିଶ୍ଚିତ ଭାବେ ନିଶା କାରବାରର ମୂଳ ପର୍ଯ୍ୟନ୍ତ ଯାଇ ପହଞ୍ଚିବୁ। ତଦନ୍ତରେ ଅବକାରୀ ବିଭାଗ ପକ୍ଷରୁ କୌଣସି ଢ଼ିଲା ଦିଅଯିବ ନାହିଁ ବୋଲି ଅବକାରୀ ଥାନା ଅଧିକାରୀ କହିଛନ୍ତି।

Related story