୨୦୦୦ରୁ ଅଧିକ ଲିଟର ଚୋରା ମଦ ଜବତ, ୪ ଗିରଫ

ବାଲେଶ୍ୱର (ରଞ୍ଜିତ ପାକଳ): ଆଜି ଅବକାରୀ ବିଭାଗ ବାଲେଶ୍ୱର ଟାଉନ୍‌ର ମୋତିଗଞ୍ଜ ବଜାର କାଳିକଳି ଅଞ୍ଚଳରେ ଚଢ଼ଉ କରି ୨୦୦୦ ଲିଟରରୁ ଅଧିକ ଚୋରା ମଦ ଜବତ କରିଛି। ଏହି ମାମଲାରେ ୪ ଜଣ ଗିରଫ ହୋଇଛନ୍ତି। ପୂର୍ବରୁ ଚୋରା ମଦ କାରବାର ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ। ମାତ୍ର ପ୍ରମାଣ ଅଭାବରୁ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଆଜି କୌଣସି ସୂତ୍ରରୁ ଖବର ପାଇ ଏକ ୧୦ ଜଣିଆ […]

balasore

balasore

Manoranjan Sial
  • Published: Tuesday, 30 July 2019
  • Updated: 30 July 2019, 10:25 PM IST

Sports

Latest News

ବାଲେଶ୍ୱର (ରଞ୍ଜିତ ପାକଳ): ଆଜି ଅବକାରୀ ବିଭାଗ ବାଲେଶ୍ୱର ଟାଉନ୍‌ର ମୋତିଗଞ୍ଜ ବଜାର କାଳିକଳି ଅଞ୍ଚଳରେ ଚଢ଼ଉ କରି ୨୦୦୦ ଲିଟରରୁ ଅଧିକ ଚୋରା ମଦ ଜବତ କରିଛି। ଏହି ମାମଲାରେ ୪ ଜଣ ଗିରଫ ହୋଇଛନ୍ତି।

ପୂର୍ବରୁ ଚୋରା ମଦ କାରବାର ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ। ମାତ୍ର ପ୍ରମାଣ ଅଭାବରୁ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଆଜି କୌଣସି ସୂତ୍ରରୁ ଖବର ପାଇ ଏକ ୧୦ ଜଣିଆ ଟିମ୍‌ ଅଚାନକ ଲକ୍ଷାଧିକ ଟଙ୍କାର ଚୋରା ଦେଶୀ ମଦ ଜବତ କରିଥିଲା। ଅବକାରୀ ବିଭାଗ ଅଧିକାରୀ ଘଟଣାସ୍ଥଳରୁ ଗୋଟିଏ ସ୍କୁଟି ଓ ବ୍ୟାରେଲ୍‌ ଜବତ କରିବା ସଙ୍ଗେସଙ୍ଗେ ଚାରି ଜଣଙ୍କୁ ଗିରଫ କରିଛି। କିନ୍ତୁ ଏହି କାରବାରରେ ଜଡ଼ିତ ଅନ୍ୟ କେତେକ ବ୍ୟକ୍ତି ଫେରାର ହୋଇଯାଇଥିଲେ। ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos