ଚାଷ ଜମିରୁ ମିଳିଲା ପେଟି ପେଟି ମଦ: ୩ ଗିରଫ

ପୁରୀ(ମଧୁସୂଦନ ମିଶ୍ର): ଚାଷଜମିରୁ ବାହାରିଲା ପେଟି ପେଟି ମଦ। ପୁରୀ ଜିଲ୍ଲାରେ କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି  ଅବକାରୀ ବିଭାଗ ବିପୁଳ ପରିମାଣର ମଦ ଜବତ କରିଛି। ମୁଖ୍ୟତଃ ପଥରଗଞ୍ଜ, ବାଲିପାଟପୁର, ପାଇକ ସାହି ଓ ମାଲୁଦ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା। ତେବେ ଚାଷ ଜମିରେ ପେଟି ପେଟି ବିଦେଶୀ ମଦ ଓ ଦେଶୀ ମଦ ଲୁଚାଇ ରଖାଯାଇଥିଲା। ସୂଚନା ଅନୁସାରେ ଗତକାଲି ପଥରଗଞ୍ଜ, ବାଲିପାଟପୁର ଓ ପାଇକ ସାହିରେ ବେଆଇନ ମଦ ବିକ୍ରି […]

puri

Jyoshna Pradhan
  • Published: Monday, 22 April 2019
  • , Updated: 22 April 2019, 01:59 PM IST

ପୁରୀ(ମଧୁସୂଦନ ମିଶ୍ର): ଚାଷଜମିରୁ ବାହାରିଲା ପେଟି ପେଟି ମଦ। ପୁରୀ ଜିଲ୍ଲାରେ କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି  ଅବକାରୀ ବିଭାଗ ବିପୁଳ ପରିମାଣର ମଦ ଜବତ କରିଛି। ମୁଖ୍ୟତଃ ପଥରଗଞ୍ଜ, ବାଲିପାଟପୁର, ପାଇକ ସାହି ଓ ମାଲୁଦ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା। ତେବେ ଚାଷ ଜମିରେ ପେଟି ପେଟି ବିଦେଶୀ ମଦ ଓ ଦେଶୀ ମଦ ଲୁଚାଇ ରଖାଯାଇଥିଲା।

ସୂଚନା ଅନୁସାରେ ଗତକାଲି ପଥରଗଞ୍ଜ, ବାଲିପାଟପୁର ଓ ପାଇକ ସାହିରେ ବେଆଇନ ମଦ ବିକ୍ରି ହେଉଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲା। ଏହାପରେ ଏକ ସ୍ୱତନ୍ତ୍ର ଟିମ୍ ଚଢଉ କରି ମଦକୁ ଜବତ କରିଥିଲା। ଏହି ଘଟଣାରେ ଅବକାରୀ ବିଭାଗ ତିନି ଜଣଙ୍କୁ ଗିରଫ କରିଛି। ଏଥିସହ ଜଣେ ଫେରାର୍‌ ହୋଇଯାଇଛନ୍ତି।

ସେହିପରି ପୁରୀ ସି-ବିଚ୍‌ ଥାନା ଅନ୍ତର୍ଗତ ବାଲିନୋଡ଼ିଆ ସାହିରୁ ୧୧୦ ଲିଟର ବେଆଇନ ମଦ ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି।

https://youtu.be/FcXaMmZL5jA

Related story