ପ୍ରଫୁଲ୍ଲ ଘଡ଼େଇ ବିଜେଡି ଉପସଭାପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତ୍ୟନ୍ତ ଅପମାନଜନକ ଢଙ୍ଗରେ ବିଜେଡିରୁ ବିଦା ହୋଇଥିବା ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇଙ୍କୁ ଆଜି ପୁଣିଥରେ ଦଳର ଉପସଭାପତି ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କୁ ମଧ୍ୟ ୩ଟି ବିଧାନସଭା ଆସନର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଟିକେଟରୁ ବଞ୍ଚିତ ହୋଇଥିବା ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ ଓ ପ୍ରକାଶ ଦାଶଙ୍କୁ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ଘଡ଼େଇଙ୍କୁ ଦଳର ଉପସଭାପତି ପଦ ସହିତ ଖୋର୍ଦ୍ଧା, […]

prafulla

Manoranjan Sial
  • Published: Monday, 15 April 2019
  • , Updated: 15 April 2019, 07:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତ୍ୟନ୍ତ ଅପମାନଜନକ ଢଙ୍ଗରେ ବିଜେଡିରୁ ବିଦା ହୋଇଥିବା ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇଙ୍କୁ ଆଜି ପୁଣିଥରେ ଦଳର ଉପସଭାପତି ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କୁ ମଧ୍ୟ ୩ଟି ବିଧାନସଭା ଆସନର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଟିକେଟରୁ ବଞ୍ଚିତ ହୋଇଥିବା ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ ଓ ପ୍ରକାଶ ଦାଶଙ୍କୁ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ମିଳିଛି।

ଶ୍ରୀ ଘଡ଼େଇଙ୍କୁ ଦଳର ଉପସଭାପତି ପଦ ସହିତ ଖୋର୍ଦ୍ଧା, ରଣପୁର ଓ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି। ତାଙ୍କ ବ୍ୟତୀତ ରବିନାରାୟଣ ନନ୍ଦଙ୍କୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ, ନିରଞ୍ଜନ ପୂଜାରୀ ଏବଂ ଅର୍କେଶ ସିଂହଦେଓଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ସୁଶାନ୍ତ ସିଂହଙ୍କୁ କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ, ଢେଙ୍କାନାଳର ସିଦ୍ଧେଶ୍ୱରୀ ପ୍ରସାଦ ମିଶ୍ରଙ୍କୁ ଭୁବନେଶ୍ୱର-ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ, ମନୋଜ ନାୟକଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଓ କଟକର ଯୁଗଳ ନାୟକଙ୍କୁ କଟକ ସଂସଦୀୟ କ୍ଷେତ୍ର ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ବୋଲି ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

Related story