ଶିଶୁଙ୍କ ଜୀବନ ସହ ଖେଳ: ଦିଆଯାଉଛି ଏକ୍ସପାରୀ ସାଲାଇନ୍
- Published: Thursday, 15 February 2018
- , Updated: 15 February 2018, 09:00 AM IST
<p>ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚରମ ଅବହେଳା। ଏଠାରେ ରୋଗୀଙ୍କୁ ଏକ୍ସପାରୀ ସାଲାଇନ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏମ୍‌.ଏସ୍‌.ଏଚ୍‌ କୋଠାରେ ଶିଶୁ ଓ୍ୱାର୍ଡର କିଛି ରୋଗୀଙ୍କୁ ଏକ୍ସପାରୀ ସାଲାଇନ ଦିଆଯାଇଥିବାର ଗୁରୁତର ଅଭିଯୋଗ ହୋଇଛି।</p>
<p>ବଲାଙ୍ଗିର ଗାନ୍ଧିନଗର ପଡ଼ାର ଅଚ୍ୟୁତାନନ୍ଦ ସ୍ୱାଇଁ ନିଜ ଝିଅକୁ ଜ୍ୱର ହେଉଥିବାରୁ ଶିଶୁ ଓ୍ୱାର୍ଡରେ ଭର୍ତ୍ତି କରିଥିଲେ। ଗତକାଲି ରାତିରେ ତାଙ୍କ ଝିଅକୁ ସାଲାଇନ ଲଗାଯାଇଥିଲା। ଅଚ୍ୟୁତାନନ୍ଦ ସାଲାଇନ ବୋତଲର ଏକ୍ସପାରୀ ଡେଟ୍‌ ଦେଖିବାରୁ ଜଣାପଡିଥିଲା ଯେ, ତାହା ନଭେମ୍ବର ୨୦୧୭ରୁ ଏକ୍ସପାରୀ ହୋଇସାରିଛି। ଏହା ପରେ ଅନ୍ୟ ରୋଗୀ ମାନଙ୍କର ସାଲାଇନ ବୋତଲ ଯାଞ୍ଚ କରାଯାଇଥିଲା। ଆଉ ତିନି ଜଣ ଶିଶୁ ରୋଗୀଙ୍କୁ ଏକ୍ସପାୟରୀ ସାଲାଇନ ଦିଆଯାଇଥିବା ଜଣାପଡିଥିଲା। ସଙ୍ଗେ ସଙ୍ଗେ ଏ ସଂର୍ପକରେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ କହିବାରୁ, ସେ ପରୀକ୍ଷା କରି ସାଲାଇନ ଗୁଡିକୁ ହଟାଇ ଦେଇଥିଲେ। ଏ ସଂପର୍କରେ ଖବର ପାଇ କର୍ମଚାରୀ ମାନେ ଷ୍ଟୋର ରୁମ୍‌କୁ ତାଲା ପକାଇ ଦେଇଥିଲେ। । ଘଟଣା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ଶିଶୁ ଓ୍ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତର ଏସ୍. ନାୟକ। ତେବେ ଏ ଘଟଣାକୁ ନେଇ ରୋଗୀଙ୍କ ସଂର୍ପକୀୟଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।</p>