ବାହା ହେବାକୁ ମନା କରିବାରୁ ମାରି ଦେବାକୁ ଦୁବାଇରୁ ଚାକିରି ଛାଡ଼ି ଆସିଥିଲେ...

ଜଳେଶ୍ୱର (ଅଜିତ୍‌ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ଶ୍ୟାମନନ୍ଦିପୁର ଗାଁରେ ଜଣେ ମହିଳାଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ନାଁ ସନିଆ ହୁଇ। ସନିଆଙ୍କ ଘର କେନ୍ଦ୍ରାପଡ଼ା ଗାଁରେ। ପ୍ରେମରେ ବିଫଳ ହୋଇ ସନିଆ ଏହି ମହିଳାଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସନିଆ ଦୁବାଇରେ ଚାକିରି କରିବା ସମୟରେ ସୋଶାଲ୍ ମିଡିଆ ଜରିଆରେ ଶ୍ୟାମନନ୍ଦିପୁର ଗାଁର ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଲେ। ଧୀରେ ଧୀରେ ଏହି ଯୁବତୀଙ୍କୁ […]

pppp

Jitendra Garnayak
  • Published: Sunday, 07 October 2018
  • , Updated: 07 October 2018, 12:56 PM IST

ଜଳେଶ୍ୱର (ଅଜିତ୍‌ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ଶ୍ୟାମନନ୍ଦିପୁର ଗାଁରେ ଜଣେ ମହିଳାଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ନାଁ ସନିଆ ହୁଇ।

ସନିଆଙ୍କ ଘର କେନ୍ଦ୍ରାପଡ଼ା ଗାଁରେ। ପ୍ରେମରେ ବିଫଳ ହୋଇ ସନିଆ ଏହି ମହିଳାଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସନିଆ ଦୁବାଇରେ ଚାକିରି କରିବା ସମୟରେ ସୋଶାଲ୍ ମିଡିଆ ଜରିଆରେ ଶ୍ୟାମନନ୍ଦିପୁର ଗାଁର ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଲେ। ଧୀରେ ଧୀରେ ଏହି ଯୁବତୀଙ୍କୁ ସେ ଭଲ ପାଇ ବସିଲେ। ସେ ତାଙ୍କୁ ବାହା ହେବା ପାଇଁ ପ୍ରସ୍ତାବ ଦେଲେ। ହେଲେ ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଏହା ପରେ ସେ ଖୁବ୍ ରାଗି ଯାଇଥିଲେ।

ଯୁବତୀ ଜଣଙ୍କୁ ହତ୍ୟା କରିବା ପାଇଁ ସନିଆ ଦୁବାଇରୁ ଚାକିରି ଛାଡ଼ି ଗାଁକୁ ଆସିଥିଲେ। ତେବେ ଯୁବତୀ ଜଣଙ୍କ ଘରେ ନଥିବା ଦେଖି ତାଙ୍କ ମାଆଙ୍କୁ କଟୁରୀରେ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ପୁଲିସ୍‌ ଅଭିଯୁକ୍ତ ସନିଆର ପାସ୍‌ପୋର୍ଟ ଜବତ କରିଛି।

Related story