ରାଜଧାନୀରେ ନକଲି ଜର୍ଦ୍ଦା କମ୍ପାନୀ ଠାବ; ୩ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ନକଲି ଜର୍ଦ୍ଦା କମ୍ପାନୀ ଠାବ କରାଯାଇଛି। ଝାରପଡ଼ାର ମହାଦେବନଗରରେ ଚଢାଉ କରି ଏକ ବଡ଼ ନକଲି ଜର୍ଦ୍ଦା କାରଖାନା ଠାବ କରିଛି ସ୍ପେଶାଲ ସ୍କ୍ୱାଡ୍।  ସେଠାରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ଜର୍ଦ୍ଦା ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣାରେ ମାଲିକ ଓ ତାଙ୍କ ୨ପୁଅକୁ ଗିରଫ କରାଯାଇଛି।

ଏହି ନକଲି ଜର୍ଦ୍ଦା କମ୍ପାନୀରୁ ବିଭିନ୍ନ ନାମୀ ବ୍ରାଣ୍ଡ ଲେବଲ୍ ଲଗାଇ ମାର୍କେଟକୁ ଜର୍ଦ୍ଦା ଛଡ଼ା ଯାଉଥିବା ବୋଲି ଜଣାପଡ଼ିଛି।