ଛତିଶଗଡ଼ରୁ ଆସିଥିଲେ ବଲାଙ୍ଗିର, ତଥାପି ହେଲେ ନିରାଶ

ବଲାଙ୍ଗିର(ଓଡିଶା ରିପୋର୍ଟର): ଜୀବନ୍ତ ନ ହେଲା ନାହିଁ, ମୃତ୍ୟୁ ପରେ ପୁଅର ମୃତଦେହକୁ ଘରକୁ ନେବାକୁ ସୁଦୂର ଛତିଶଗଡ଼ରୁ ବଲାଙ୍ଗିର ଧାଇଁ ଆସିଥିଲେ ପରିବାର ଲୋକ। ହେଲେ ସେମାନଙ୍କୁ ନିରାଶ ହେବାକୁ ପଡିଛି । ଗତ ୧୨ ତାରିଖରେ ବଲାଙ୍ଗିର ଏନ୍‌କାଉଣ୍ଟରରେ ମୃତ ଛତିଶଗଡ଼ି ମାଓବାଦୀ ସଂଜୀବର ମୃତଦେହ ନେବା ଲାଗି ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ତାଙ୍କ ବାପା, ମା, ଭାଉଜ ଓ ଅନ୍ୟ ସମ୍ପର୍କୀୟ । ଉପଯୁକ୍ତ ପ୍ରମାଣ ଦେଖାଇ ନ ପାରିବାରୁ ପୋଲିସ […]

saba

Rakesh Mallick
  • Published: Thursday, 17 May 2018
  • , Updated: 17 May 2018, 11:01 PM IST

ବଲାଙ୍ଗିର(ଓଡିଶା ରିପୋର୍ଟର): ଜୀବନ୍ତ ନ ହେଲା ନାହିଁ, ମୃତ୍ୟୁ ପରେ ପୁଅର ମୃତଦେହକୁ ଘରକୁ ନେବାକୁ ସୁଦୂର ଛତିଶଗଡ଼ରୁ ବଲାଙ୍ଗିର ଧାଇଁ ଆସିଥିଲେ ପରିବାର ଲୋକ। ହେଲେ ସେମାନଙ୍କୁ ନିରାଶ ହେବାକୁ ପଡିଛି । ଗତ ୧୨ ତାରିଖରେ ବଲାଙ୍ଗିର ଏନ୍‌କାଉଣ୍ଟରରେ ମୃତ ଛତିଶଗଡ଼ି ମାଓବାଦୀ ସଂଜୀବର ମୃତଦେହ ନେବା ଲାଗି ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ତାଙ୍କ ବାପା, ମା, ଭାଉଜ ଓ ଅନ୍ୟ ସମ୍ପର୍କୀୟ । ଉପଯୁକ୍ତ ପ୍ରମାଣ ଦେଖାଇ ନ ପାରିବାରୁ ପୋଲିସ ତାଙ୍କୁ ମୃତଦେହ ଦେଇ ନ ଥିଲା । ସେପଟେ ସେମାନଙ୍କ ଗାଁ ପୁଆରଟିର ୨୦ରୁ ଅଧିକ ଯୁବକଯୁବତୀ ମାଓ ସଂଗଠନ ପାଇଁ କାମ କରୁଥିବା ସଂଜୀବଙ୍କ ସମ୍ପର୍କୀୟ କହିଛନ୍ତି । ସ୍କୁଲ ବେଳୁ ସଂଜୀବ ମାଓ ସଂଗଠନ ସହ ସଂପୃକ୍ତ ଥିଲେ ଏବଂ ଗତ ୧୮ ବର୍ଷ ହେଲା ଘର ସହ ତାର କୌଣସି ସମ୍ପର୍କ ନ ଥିବା ପରିବାର ଲୋକ କହିଛନ୍ତି। ସେହିପରି ଏନକାଉଣ୍ଟରରେ ମୃତ ଅନ୍ୟ ମାଓବାଦୀ ରାକେଶର ପତ୍ନୀ ମଧ୍ୟ ଲାଲବିହାନୀ ପାଇଁ କାମ କରୁଥିବା ସେମାନେ ସୂଚନା ଦେଇଛନ୍ତି । ମାଓବାଦୀମାନେ ଗାଁକୁ ଆସି ସଂଜୀବର ମୃତ୍ୟୁ ସମ୍ପର୍କରେ ଖବର ଦେବା ସହ ବଲାଙ୍ଗିରରୁ ମୃତଦେହ ନେବାକୁ କହିଥିବା ତାଙ୍କ ପରିବାର ଲୋକ କହିଛନ୍ତି।

 

Related story