ବଡ଼ କହୁଥିଲେ, ସାନକୁ ଲଞ୍ଚ କରାଇ ଦେଲେ ସୁର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ୍‌ ନେତା ସୁର ରାଉତରାୟ। ତାଙ୍କ କଥା ପଡ଼ିଲେ ତାଙ୍କର ଷ୍ଟାଇଲ, ସ୍ମାଇଲ, ରୋଚକ କଥା ବାର୍ତ୍ତା ସବୁ ସାମ୍ନାକୁ ଚାଲିଆସେ। ସେ ଯେମିତି ଖୋଲା ମିଜାଜର ତାଙ୍କ କଥା ବି ସେମିତି ରୋକ୍‌ଠୋକ୍‌ ଓ କଉତୁକିଆ। ଜଣେ ବିନ୍ଦାସ ରାଜନେତା ଭାବେ  ପରିଚିତ ସୁରଙ୍କ ପାରିବାରିକ ରାଜନୀତିକୁ ନେଇ ସେମିତି ଏକ ରୋଚକପୂର୍ଣ୍ଣ ଖବର ଆସିଛି। କିଛି ଦିନ ତଳେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଆମେରିକାରୁ ଫେରି ରାଜନୀତିକୁ ଆସିବା […]

b-9087

b-9087

Tapas Behera
  • Published: Saturday, 04 January 2020
  • Updated: 04 January 2020, 06:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ୍‌ ନେତା ସୁର ରାଉତରାୟ। ତାଙ୍କ କଥା ପଡ଼ିଲେ ତାଙ୍କର ଷ୍ଟାଇଲ, ସ୍ମାଇଲ, ରୋଚକ କଥା ବାର୍ତ୍ତା ସବୁ ସାମ୍ନାକୁ ଚାଲିଆସେ। ସେ ଯେମିତି ଖୋଲା ମିଜାଜର ତାଙ୍କ କଥା ବି ସେମିତି ରୋକ୍‌ଠୋକ୍‌ ଓ କଉତୁକିଆ। ଜଣେ ବିନ୍ଦାସ ରାଜନେତା ଭାବେ  ପରିଚିତ ସୁରଙ୍କ ପାରିବାରିକ ରାଜନୀତିକୁ ନେଇ ସେମିତି ଏକ ରୋଚକପୂର୍ଣ୍ଣ ଖବର ଆସିଛି। କିଛି ଦିନ ତଳେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଆମେରିକାରୁ ଫେରି ରାଜନୀତିକୁ ଆସିବା ପାଇଁ ଇସାରା ଦେଇଥିଲେ। ହେଲେ ହଠାତ୍‌ ଆଜି ସୁର ରାଉତରାୟ ନିଜ ସାନପୁଅକୁ ରାଜନୀତିରେ ଏଣ୍ଟ୍ରି କରାଇଦେଇଛନ୍ତି। ଅର୍ଥାତ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ରାଜନୀତିକୁ ଆସିବେ ବୋଲି ନିଜେ ସୁର ଘୋଷଣା କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।  ଆଗରୁ କଂଗ୍ରେସରୁ ମନ୍ତ୍ରୀ ଥିବା ସୁର ୨୦୦୪ରୁ ଲଗାତାର ତୃତୀୟଥର ପରାଜିତ ହେବା ପରେ ଗତ ନିର୍ବାଚନରେ କଡ଼ା ଟକ୍କରର ସମ୍ମୁଖୀନ ହୋଇଥିଲେ। ତଥାପି ବିଜେଡିର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କୁ ହରାଇ ସେ ପୁଣି ଥରେ ୧୫ ବର୍ଷର ବ୍ୟବଧାନ ପରେ ବିଧାୟକ ହୋଇଛନ୍ତି।

ତେବେ ଚଳିତଥର ତାଙ୍କ ପଲଟିକାଲ ଷ୍ଟ୍ରାଟେଜୀକୁ ମ୍ୟାନେଜ୍‌ କରିଥିଲେ ଦୁଇ ପୁଅ। ଜଟଣୀ ନିର୍ବାଚନ ମଣ୍ଡଳୀରେ ଦୁଇ ପୁଅ ଅତି ଯୋଜନାବଦ୍ଧ ଭାବେ ଗଡ଼ ସମ୍ଭାଳିଥିଲେ। କିଛି ଏରିଆକୁ ବଡ଼ ପୁଅ ନଜର ରଖିଥିବା ବେଳେ ଆଉ କିଛି ଏରିଆକୁ ସାନ ପୁଅ ସମ୍ଭାଳିଥିଲେ। ଆଉ ବାରମ୍ବାର ରାଜନୀତିରେ ବିଫଳ ହେବା ପରେ ଦୀର୍ଘ ୧୫ ବର୍ଷ ବ୍ୟବଧାନ ପରେ ଟ୍ରାକ୍‌କୁ ଫେରିଥିଲେ ସୁର। ସବୁଠୁ ବଡ଼ କଥା ହେଲା ସୁରଙ୍କ ରାଜନୈତିକ କ୍ୟାରିୟର ଏକ ପ୍ରକାର ଶେଷ ହୋଇ ଯାଇଥିବା ବେଳେ ଦୁଇ ପୁଅଙ୍କ ଉଦ୍ୟମ ବାପାଙ୍କ ପାଇଁ ସଞ୍ଜୀବନୀ ହୋଇଥିଲା।

ତେଣୁ ଯୁଦ୍ଧ ମଇଦାନକୁ ଓହ୍ଲାଇବା ପୂର୍ବରୁ ଦୁଇ ପୁଅ ରାଜନୀତି ପାଇଁ ଏକଦମ ଫିଟ୍‌ ହୋଇଥିବା ସୁର ଅନୁଭବ କରିବା ପରେ ସେମାନଙ୍କୁ ରାଜନୀତିକୁ ଆଣିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଦେଇଥିଲେ। ଏହାରି ଭିତରେ ନିକଟରେ କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ  ପାଳନ ଅବସରରେ ହଠାତ୍‌ ରାଜ୍ୟ କଂଗ୍ରେସ ଭବନରେ ଉଭା ହୋଇଥିଲେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ। ତାଙ୍କ ସହ ନିଜ ପୁଅ-ଝିଅ ବି ଆସିଥିଲେ। ସିଦ୍ଧାର୍ଥ  ଏବେ ଆମେରିକାରେ ରହୁଛନ୍ତି । ସେଠାରେ ଏକ ବଡ଼ କମ୍ପାନୀର ନିର୍ଦ୍ଦେଶକ ଭାବରେ ବି କାମ କରୁଛନ୍ତି। ତେବେ ସେଦିନ ଗଣମାଧ୍ୟମକୁ ଖୋଲା ଖୋଲି ସୂଚନା ଦେଇ ନିଜେ ରାଜନୀତିକୁ ଆସିବେ ବୋଲି ସୂଚନା ଦେଇଥିଲେ ସିଦ୍ଧାର୍ଥ। କହିଥିଲେ ବାପା ପିଲାଦିନଠୁ ରାଜନୀତିରେ ଯିବା ପାଇଁ ମନା କରୁଥିଲେ। ରାଜନୀତିରେ ବହୁତ ପରିଶ୍ରମ କରିବାକୁ ପଡ଼ିବ, ସେଥିପାଇଁ ତୁମେ ଆଗେ କ୍ୟାରିୟର ଦେଖ ବୋଲି ଉପଦେଶ ଦେଉଥିଲେ। ଏବେ ବାପାଙ୍କ ବୟସ ହୋଇଗଲାଣି।

ଯଦି ବାପା ଆମକୁ କହିବେ, ଓଡ଼ିଶାକୁ ପରିବର୍ତ୍ତନ କରିବାର ଅଛି, ତୁମେ ଆସ। ଆମେ ମାନିବୁ।  ସେଦିନ ସିଦ୍ଧାର୍ଥଙ୍କ କଥାରେ ଯାହା ଲାଗୁଥିଲା ସେ ରାଜନୀତିକୁ ପ୍ରଥମେ ଆସିବା ପାଇଁ ବୋଧହୁଏ ସୁରଙ୍କ ପରିବାରରେ ଏକ ବଡ଼ ପ୍ଲାନିଂ ହୋଇଛି। ହେଲେ ହଠାତ୍‌ ଆଜି ସୁର ତାଙ୍କ ସାନ ପୁଅଙ୍କ ନାଁ ଘୋଷଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ଏବେ ଏୟାର ଇଣ୍ଡିଆରେ ପାଇଲଟ୍ ଅଛନ୍ତି। ସୁର କହିଛନ୍ତି ଯେ, ମନ୍ମଥ ୨୦ ଦିନ ବିମାନ ଉଡ଼ାଣ ଓ ବାକି ୧୦ ଦିନ ଲୋକଙ୍କ କଥା ବୁଝୁଛନ୍ତି। ଭୁବନେଶ୍ୱର ଓ ଜଟଣୀରେ ରହି ଲୋକଙ୍କ କଥା ବୁଝୁଛନ୍ତି ମନ୍ମଥ।

ପୂର୍ବରୁ ବିଧାନସଭା ନିର୍ବାଚନ ବେଳେ ଏହା ମୋର ଶେଷ ଲଢ଼େଇ ବୋଲି କହିଥିଲେ ଜଟଣୀ ବିଧାୟକ ସୁର ରାଉତରାୟ। ଏହାପରେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ ସୁର। ସେତେବେଳେ ସୁରଙ୍କ ପରେ ତାଙ୍କ ପରିବାରରୁ କିଏ ନିର୍ବାଚନ ମୈଦାନକୁ ଆସିବ ତାକୁ ନେଇ ପ୍ରଶ୍ନ ଉଠିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story