କାଲି ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅନୁଷ୍ଠିତ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଛି ଭବାନୀପାଟଣା ସହର। ଆଜି ବିଳମ୍ୱିତ ରାତିରେ ମା’ଙ୍କ ମନ୍ଦିରରୁ ଜେନାଖାଲ ଅଭିମୁଖେ ବାହାରିବ ଛତର୍। ସେଠାରେ ଗୁପ୍ତ ପୂଜା ଓ ଅନ୍ୟାନ୍ୟ ରୀତିନୀତି ପରେ ପରେ ଭୋରରୁ ମା’ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ବାହାରିବ। ଏହି ସମୟରେ ସହରର ରାଜରାସ୍ତାର ଉଭୟ କଡ଼ରେ ହଜାର ହଜାର ଶ୍ରଦ୍ଧାଳୁ ଛିଡ଼ା ହୋଇ ମା’ଙ୍କୁ ଦର୍ଶନ କରିବେ। […]

manikeswari

Manoranjan Sial
  • Published: Tuesday, 16 October 2018
  • , Updated: 16 October 2018, 08:58 PM IST

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅନୁଷ୍ଠିତ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଛି ଭବାନୀପାଟଣା ସହର। ଆଜି ବିଳମ୍ୱିତ ରାତିରେ ମା’ଙ୍କ ମନ୍ଦିରରୁ ଜେନାଖାଲ ଅଭିମୁଖେ ବାହାରିବ ଛତର୍। ସେଠାରେ ଗୁପ୍ତ ପୂଜା ଓ ଅନ୍ୟାନ୍ୟ ରୀତିନୀତି ପରେ ପରେ ଭୋରରୁ ମା’ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ବାହାରିବ। ଏହି ସମୟରେ ସହରର ରାଜରାସ୍ତାର ଉଭୟ କଡ଼ରେ ହଜାର ହଜାର ଶ୍ରଦ୍ଧାଳୁ ଛିଡ଼ା ହୋଇ ମା’ଙ୍କୁ ଦର୍ଶନ କରିବେ।

ମାନସିକଧାରୀମାନେ ମା’ଙ୍କ ଉଦ୍ଦେଶ୍ୟରେ ବଳି ଦେବାର ପରମ୍ପରା ରହିଛି। ମା’ଙ୍କ ଏହି ବିରାଟ ପଟୁଆରରେ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହେବେ। ଏଥିପାଇଁ ଆଜିଠୁ ରାଜ୍ୟ ଓ ରାଜ୍ୟ ବାହାରର ଶ୍ରଦ୍ଧାଳୁ ଏବଂ ଭକ୍ତଙ୍କ ଗହଳି ବଢ଼ିବାରେ ଲାଗିଛି।

ଭିଡ଼କୁ ଦୃଷ୍ଟିରେ ରଖି ଛତର ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Related story