ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଡ.ବୈଦ୍ୟନାଥ ମିଶ୍ରଙ୍କ ପରଲୋକ ହୋଇଛି।  ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭାବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା। ରାଜ୍ୟର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍, ଗବେଷକ ଏବଂ ଅର୍ଥନୀତିଜ୍ଞ ଭାବେ ସେ ବେଶ୍ ପରିଚିତ। ରାଜ୍ୟରେ କୃଷି, ଅର୍ଥନୀତି, ଦାରିଦ୍ର୍ୟ, ରୋଜଗାର ଏବଂ ବିକାଶଜନିତ ବିଭିନ୍ନ ସମସ୍ୟାର ସମାଧାନରେ ବୈଦ୍ୟନାଥଙ୍କ ଅବଦାନ ଅତୁଳନୀୟ ରହିଛି। ୧୯୪୯ରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ସେ ତାଙ୍କର କ୍ୟାରିଅର୍ […]

baidnanath

Tapas Behera
  • Published: Wednesday, 08 May 2019
  • , Updated: 08 May 2019, 11:39 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଡ.ବୈଦ୍ୟନାଥ ମିଶ୍ରଙ୍କ ପରଲୋକ ହୋଇଛି।  ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭାବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା।

ରାଜ୍ୟର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍, ଗବେଷକ ଏବଂ ଅର୍ଥନୀତିଜ୍ଞ ଭାବେ ସେ ବେଶ୍ ପରିଚିତ। ରାଜ୍ୟରେ କୃଷି, ଅର୍ଥନୀତି, ଦାରିଦ୍ର୍ୟ, ରୋଜଗାର ଏବଂ ବିକାଶଜନିତ ବିଭିନ୍ନ ସମସ୍ୟାର ସମାଧାନରେ ବୈଦ୍ୟନାଥଙ୍କ ଅବଦାନ ଅତୁଳନୀୟ ରହିଛି। ୧୯୪୯ରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ସେ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ଓୟୁଏଟିର ଏଗ୍ରିକଲଚର୍ ଅର୍ଥନୀତି ପ୍ରଫେସର ଥିଲେ।

୧୯୮୧ରୁ ୮୫ ପର୍ଯ୍ୟନ୍ତ ଓୟୁଏଟିର କୁଳପତି ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ବୈଦ୍ୟନାଥ ମିଶ୍ର । ୧୯୮୫ରୁ ମାର୍ଚ୍ଚ ୧୯୯୦ ପର୍ଯ୍ୟନ୍ତ ସେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି।

ପାଠ୍ୟକ୍ରମରେ ନିଜର ବିଶେଷ ଅବଦାନ ସହିତ ଓଡ଼ିଶା ଅର୍ଥନୀତିରେ ବିଭିନ୍ନ ସମୟରେ ଦେଖାଦେଇଥିବା ସମସ୍ୟାର ଆକଳନ କରି ସମାଧାନର ବାଟ ବାହାର କରିବାରେ ସଫଳ ହୋଇଥିଲେ ପ୍ରଫେସର୍ ବୈଦ୍ୟନାଥ ମିଶ୍ର।

 

 

Related story