ଶ୍ରେଣୀ ଗୃହରେ ଛିଣ୍ଡି ପଡ଼ିଲା ଫ୍ୟାନ୍‌; ଆହତ ଛାତ୍ରୀ କହିଲେ ଆଗରୁ ବି ପଡ଼ିଥିଲା

Ordigital Desk
  • Published: Thursday, 24 August 2017
  • , Updated: 24 August 2017, 01:31 PM IST
<p>ଢେଙ୍କାନାଳ: ସ୍କୁଲ୍&zwnj;ରେ ଅଘଟଣ। କ୍ଲାସ୍&zwnj;ରେ ବସିଥିବା ବେଳେ ଛାତ୍ରୀଙ୍କ ଉପରେ ପଡ଼ିଗଲା ଫ୍ୟାନ୍&zwnj;। ଘଟଣାଟି ଘଟିଛି ଢେଙ୍କାନାଳର ଲକ୍ଷ୍ମୀବଜାର ସ୍ଥିତ ସୁଲକ୍ଷଣାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ। ଆହତ ଛାତ୍ରୀଙ୍କ ନାଁ ମିଲି ସେଠୀ। ସେ ଦଶମ ଶ୍ରେଣୀର ଛାତ୍ରୀ। ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।</p> <p>ମିଲି କହିଛନ୍ତି,&ldquo;ମୁଁ କ୍ଲାସ୍&zwnj;ରେ ବସି ପଢ଼ୁଥିଲି। ହଠାତ୍ ଫ୍ୟାନ୍&zwnj;ଟି ମୋ ମୁଣ୍ଡ ଉପରେ ପଡ଼ିଗଲା। ଏ ଫ୍ୟାନ୍&zwnj;ଟି ପୂର୍ବରୁ ଏମିତି ପଡ଼ି ଥିଲା। ଏନେଇ ଅଭିଯୋଗ ବି କରିଥିଲୁ। ତେବେ ଫ୍ୟାନ୍&zwnj;ଟି ସଜଡ଼ା ହୋଇଛି ବୋଲି ସାର୍&zwnj;ମାନେ କହିଥିଲେ।&rdquo;</p> <p>ସ୍କୁଲ୍&zwnj;ର ଜଣେ ଶିକ୍ଷୟିତ୍ରୀ ମୀନତି ଦେହୁରୀ ଏ ଘଟଣା ପାଇଁ &zwj;ବିଦ୍ୟୁତ୍&zwnj; ବିଭାଗକୁ ଦାୟୀ କରିଛନ୍ତି। ସେ କହିଛନ୍ତି,&ldquo;ସକାଳ ପ୍ରାର୍ଥନା ପରେ ପିଲାମାନେ ଶ୍ରେଣୀ ଗୃହରେ ବସିଥିବା ବେଳେ ଏହି ଦୁର୍ଘଟଣା ଘଟିଲା। କେମିତି ପଡ଼ିଲା ତାହା ମୁଁ ଦେଖିନି। ପ୍ରତିବର୍ଷ ଆମର ଦୁଇ ତିନି ଥର ଯାଞ୍ଚ ହୁଏ। ଜିଇଡିକୁ ହିଁ ଆମର ସବୁ ବେଳେ ଚିଠି କରାଯାଏ। ସେମାନେ ଆସି ଯାଞ୍ଚ କରନ୍ତି ଓ ସଜାଡ଼ନ୍ତି। ସେମାନେ ଯଦି ଯାଞ୍ଚ ବେଳେ ଅଣଦେଖା କରିଥିବେ ତା&rsquo;ହେଲେ ସେମାନଙ୍କର ଦୋଷ ହେବ।&rdquo;</p>

Related story