ବାତ୍ୟାରେ ଶିକ୍ଷାନୁଷ୍ଠାନ ଧରାଶାୟୀ

ପୁରୀ(ଓଡ଼ିଶା ରିପୋର୍ଟର):ଫୋନି ମାଡ଼ରେ ଖାଲି ଯେ, ପୁରୀ ଜିଲ୍ଲାର ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି ତା ନୁହେଁ, ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷାନୁଷ୍ଠାନ।  ଗୋପ ଓ ନିମାପଡ଼ା ବ୍ଲକର ୮୦ ଭାଗ ସ୍କୁଲ୍ ବାତ୍ୟାରେ ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଥିବା ବେଳେ ପୁରୀ ସହରରେ ଥିବା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସର ବି ଛାରଖାର ହୋଇଯାଇଛି । ତେବେ ଚିନ୍ତାର ବିଷୟ ହେଉଛି ଫୋନି ଯୋଗୁଁ ଏଠାରେ ନଷ୍ଟ ହେବାକୁ ବସିଛି  ହଜାର ହଜାର ଦୁର୍ଲଭ […]

kio

Tapas Behera
  • Published: Saturday, 11 May 2019
  • , Updated: 11 May 2019, 08:29 PM IST

ପୁରୀ(ଓଡ଼ିଶା ରିପୋର୍ଟର):ଫୋନି ମାଡ଼ରେ ଖାଲି ଯେ, ପୁରୀ ଜିଲ୍ଲାର ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି ତା ନୁହେଁ, ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷାନୁଷ୍ଠାନ।  ଗୋପ ଓ ନିମାପଡ଼ା ବ୍ଲକର ୮୦ ଭାଗ ସ୍କୁଲ୍ ବାତ୍ୟାରେ ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଥିବା ବେଳେ ପୁରୀ ସହରରେ ଥିବା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସର ବି ଛାରଖାର ହୋଇଯାଇଛି । ତେବେ ଚିନ୍ତାର ବିଷୟ ହେଉଛି ଫୋନି ଯୋଗୁଁ ଏଠାରେ ନଷ୍ଟ ହେବାକୁ ବସିଛି  ହଜାର ହଜାର ଦୁର୍ଲଭ ବହି ଓ ପାଣ୍ଡୁଲିପି।

ଆଦିଭାଷା ସଂସ୍କୃତ ସଂପର୍କରେ ଗବେଷଣା ଓ ପ୍ରଚାର ପ୍ରସାର ପାଇଁ ୧୯୮୧ ମସିହାରେ ପୁରୀରେ ଜନ୍ମ ନେଇଥିଲା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ। ଏହାର ମୁଖ୍ୟ ଫାଟକରେ ପ୍ରବେଶ କରୁ କରୁ ଯେଉଁଠି ଦିନେ ଏଭଳି ସବୁଜିମା ସଭିଁଙ୍କୁ ସ୍ୱାଗତ କରୁଥିଲା, ଆଜି ସେଠି ଶ୍ମଶାନର ଶୂନ୍ୟତା ।

ମୁଖ୍ୟ ପ୍ରବେଶ ପଥ ଦୁଇକଡ଼େ ଭାଙ୍ଗି ପଡ଼ିଛି ଶହଶହ ଥୁଣ୍ଟାଗଛ । ସବୁଜ ପତ୍ରର ଚିହ୍ନବର୍ଣ୍ଣ ନାହିଁ । ବେଳାଭୂମିଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏହି କୋଠାର ସମସ୍ତ ଝରକା ବାତ୍ୟାରେ ଭାଙ୍ଗି ଯାଇଥିବା ବେଳେ ଭିତରେ ଜମିଛି ଚାଖଣ୍ଡେ ଉଚ୍ଚର ବାଲି।   ଛିନ୍‌ଛତ୍ର ହୋଇଛି ଚେୟାର୍ ଟେବୁଲ୍। କେବଳ ପୁରୀ ସହର ନୁହେଁ, ଜିଲ୍ଲାର ଅଧିକାଂଶ ଶିକ୍ଷାନୁଷ୍ଠାନକୁ ଏମିତି ମାଟିରେ ମିଶାଇ ଦେଇଯାଇଛି ବାତ୍ୟା ଫୋନି।

Related story