ବାତ୍ୟା, ବିଭୀଷିକା ଆଉ ଦୁର୍ଦ୍ଦଶା...

ବ୍ରହ୍ମଗିରି (ସୁନୀଲ ପ୍ରଧାନ): ବାତ୍ୟା, ବିଭୀଷିକା ଆଉ ଦୁର୍ଦ୍ଦଶା। ବ୍ରହ୍ମଗିରିରେ ବିପନ୍ନଙ୍କ ଯେଉଁ ଚିତ୍ର ଦେଖିବାକୁ ମିଳିଛି ତାହା ଅବିଶ୍ୱସନୀୟ ଓ ଅବର୍ଣ୍ଣନୀୟ। ବିଶେଷ କରି ରେବଣା, ନୂଆଗାଁ, ତଳମାଳ ଓ ଆଳିଆପୁଟରେ ପ୍ରଳୟଙ୍କରୀ ବାତ୍ୟା ଉଡାଇନେଇଛି ଭବିଷ୍ୟତ। ଅନ୍ଧକାର ଭିତରକୁ ଠେଲି ଦେଇଛି ଜୀବନ। ମାଟିରେ ମିଶିଯାଇଛି ଚାଳ ଓ ଚୂଲି। ଉଜୁଡିଯାଇଛି ଚାଷ ଓ ବାସ। ଶୁକ୍ରବାର ସକାଳୁ ୪ଘଣ୍ଟାର ଝଡ଼ ବିଭିଷୀକାରେ ମାଟିରେ ମିଶି ଯାଇଛି ଅଧିକାଂଶ ଲୋକଙ୍କ ଘର। ଅଣଚାଷ ପବନରୁ […]

900

Tapas Behera
  • Published: Monday, 06 May 2019
  • , Updated: 06 May 2019, 07:38 PM IST

ବ୍ରହ୍ମଗିରି (ସୁନୀଲ ପ୍ରଧାନ): ବାତ୍ୟା, ବିଭୀଷିକା ଆଉ ଦୁର୍ଦ୍ଦଶା। ବ୍ରହ୍ମଗିରିରେ ବିପନ୍ନଙ୍କ ଯେଉଁ ଚିତ୍ର ଦେଖିବାକୁ ମିଳିଛି ତାହା ଅବିଶ୍ୱସନୀୟ ଓ ଅବର୍ଣ୍ଣନୀୟ। ବିଶେଷ କରି ରେବଣା, ନୂଆଗାଁ, ତଳମାଳ ଓ ଆଳିଆପୁଟରେ ପ୍ରଳୟଙ୍କରୀ ବାତ୍ୟା ଉଡାଇନେଇଛି ଭବିଷ୍ୟତ। ଅନ୍ଧକାର ଭିତରକୁ ଠେଲି ଦେଇଛି ଜୀବନ। ମାଟିରେ ମିଶିଯାଇଛି ଚାଳ ଓ ଚୂଲି।

ଉଜୁଡିଯାଇଛି ଚାଷ ଓ ବାସ। ଶୁକ୍ରବାର ସକାଳୁ ୪ଘଣ୍ଟାର ଝଡ଼ ବିଭିଷୀକାରେ ମାଟିରେ ମିଶି ଯାଇଛି ଅଧିକାଂଶ ଲୋକଙ୍କ ଘର। ଅଣଚାଷ ପବନରୁ ଜୀବନ ବଞ୍ଚାଇବାକୁ କିଏ କେଉଁଠି ସୁରକ୍ଷିତ ସ୍ଥାନରେ ସିନା ଆଶ୍ରୟ ନେଇଯାଇଥିଲେ, ହେଲେ ଝଡ଼ ପରେ ଫେରି ଯାହା ଦେଖିଥିଲେ ହୃଦୟ ସହିନଥିଲା ।

ସମସ୍ତଙ୍କ ପାଇଁ ଯେମିତି ଅଜଣା ଓ ଅଚିହ୍ନା ପାଲଟି ଯାଇଥିଲା ଅତି ଆପଣାର ଭିଟାମାଟି । ପ୍ରକୃତି ଯେତେବେଳେ ଦାଉ ସାଧିଛି, କାହାକୁ ଆଉ ଦୋଷ ଦେବେ। ଭାଗ୍ୟକୁ ଆଦରି ପୁଣି ଥରେ ଧ୍ୱଂସ କୁଡ଼ିଆରୁ ଖୋଜିଥିଲେ ବଞ୍ଚିବାର ରାହା। ସେହିପରି ଫୋନି ଫଣାରୁ ସାଂଘାତିକ୍‌ ଚୋଟ ଖାଇଥିବା ଉଭୟ ତଳମାଳ ଓ ଆଳିଆପୁଟ ଗାଁରେ ଦୁର୍ଦ୍ଦଶାର ଚିତ୍ର ପ୍ରାୟ ଉଣା ଅଧିକେ ସମାନ ଛିନଛତ୍ର ହୋଇଯାଇଛି ।

ଦୁଇ ଗାଁର ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ଘର ଏବେ ରାତି, ଦିନ ସମସ୍ତଙ୍କ ପାଇଁ ସମାନ। ମଜଭୁତ ଘରଟି ଏ ପାଇଁ ଅଣ୍ଟାରେ ଧନ ନାହିଁ। ଭଙ୍ଗା ଘରକୁ ସଜାଡିବାକୁ ଜୁ ବି ନାହିଁ । ଏବେ ସବୁଠି ଧ୍ୱଂସାବେଶଷ। ତଳୁ ଖୋଜା ଚାଲିଛି ବଞ୍ଚିବାର ରାହା। ୩ଦିନର ଖାଡ଼ା ଉପାସ ପରେ କିଏ ଶୁଖିଲା ଚୁଡ଼ା ଡାଲାଏକୁ ସାରା ପରିବାର ପାଇଁ ଆଶ୍ରା କରିଛି ତ’ ଆଉ କାହା ଘରେ ଭାତ ଗଣ୍ଡେ ଫୁଟିଛି।...

Related story