ଦୁଇ ବିଡିଓ: ସୋଶାଲ ମିଡିଆରେ କାହାକୁ ଗାଳି ତ’ କାହାକୁ ସାବାସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଜଣ ଯାକ ମହିଳା ଓଏଏସ। ଉଭୟେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ। ଉଭୟ ବିଡିଓ ଭାବେ କାମ କରୁଛନ୍ତି। ଜଣେ ହେଉଛନ୍ତି ବାଲିଆପାଳ ବିଡିଓ ଏବଂ ଅନ୍ୟ ଜଣେ ଜଗତସିଂହପୁରର କୁଜଙ୍ଗ ବିଡିଓ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ଏବେ ଉଭୟଙ୍କ କାର୍ଯ୍ୟଶୈଳୀ ଓ ଆଚରଣକୁ ନେଇ ବେଶ ଫରକ ଥିବା ଚର୍ଚ୍ଚା ହେଉଛି। ଯାହା ଶୋସାଲ ମିଡିଆରେ ଆଲୋଚ୍ୟର ବିଷୟ ପାଲଟିଛି। କିଛି ଦିନ ପୂର୍ବରୁ ବାଲିଆପାଳ ବିଡିଓ ପ୍ରବାସୀଙ୍କ ଶ୍ରମିକଙ୍କୁ ଦୁର୍ବ୍ୟବହାର […]

bvc

bvc

Tapas Behera
  • Published: Tuesday, 19 May 2020
  • Updated: 19 May 2020, 09:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଜଣ ଯାକ ମହିଳା ଓଏଏସ। ଉଭୟେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ। ଉଭୟ ବିଡିଓ ଭାବେ କାମ କରୁଛନ୍ତି। ଜଣେ ହେଉଛନ୍ତି ବାଲିଆପାଳ ବିଡିଓ ଏବଂ ଅନ୍ୟ ଜଣେ ଜଗତସିଂହପୁରର କୁଜଙ୍ଗ ବିଡିଓ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ଏବେ ଉଭୟଙ୍କ କାର୍ଯ୍ୟଶୈଳୀ ଓ ଆଚରଣକୁ ନେଇ ବେଶ ଫରକ ଥିବା ଚର୍ଚ୍ଚା ହେଉଛି। ଯାହା ଶୋସାଲ ମିଡିଆରେ ଆଲୋଚ୍ୟର ବିଷୟ ପାଲଟିଛି। କିଛି ଦିନ ପୂର୍ବରୁ ବାଲିଆପାଳ ବିଡିଓ ପ୍ରବାସୀଙ୍କ ଶ୍ରମିକଙ୍କୁ ଦୁର୍ବ୍ୟବହାର କରି  ନିନ୍ଦା ଅପବାଦର ବୋଝ ମୁଣ୍ଡେଇଥିବା ବେଳେ ବାତ୍ୟା ସମୟରେ ଜଗତସିଂହପୁର କୁଜଙ୍ଗ ବିଡିଓ ପୂଜା ଲେଙ୍କା ତାଙ୍କ ସହୃଦୟତା ପାଇଁ ସାବାସି ସାଉଁଟିଛନ୍ତି।

ମହାବାତ୍ୟା ‘ଅମ୍ଫାନ’ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇସାରିଛି। ଏଥିପାଇଁ ପ୍ରଶାସନ ପୂରା ପ୍ରସ୍ତୁତ ରହିଛି। ବିଶେଷ କରି ଉପକୋଳ ଜିଲ୍ଲା ପ୍ରତି ଅଧିକ ବିପଦ ଥିବାରୁ ଜଗତସିଂହପୁର ଜିଲ୍ଲା ଓ ବ୍ଲକ ପ୍ରଶାସନ ତୟାର ରହିଛି। ଏଥିପାଇଁ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ କୁଜଙ୍ଗ ବିଡିଓ ପୂଜା ଲେଙ୍କା ଓଦା ହୋଇ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି। ପାରାଦୀପଗଡ଼, ନୟାଗଡ଼, ପାନପଲ୍ଲୀ ଅଞ୍ଚଳରେ ପାଖାପାଖି ୫୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି।  ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାପାଳ ଟ୍ୱିଟ୍‌ କରିଛନ୍ତି। ଲେଖିଛନ୍ତି କୁଜଙ୍ଗ ବିଡିଓ ଏହି ବିପତ୍ତି ସମୟରେ ନିଜେ ଓଦା ହୋଇ ଚମତ୍କାର ଭାବେ ଲୋକଙ୍କ ସେବା ଜାରି ରଖିଛନ୍ତି। ତେବେ ଏହି ଟ୍ୱିଟ୍‌ ପରେ ଅନେକ ରିଟ୍ୱିଟ୍‌ କରି ସମ୍ପୃକ୍ତ ବିଡିଓଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ବାଲିଆପାଳ ବିଡିଓ ଛବିରାଣୀ ସାହୁ ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ଭାଇରାଲ ହୋଇଥିଲା। ଗୁଜରାଟର ସୁରେନ୍ଦ୍ରନଗରରୁ ଟ୍ରେନ୍‌ ଯୋଗେ ବାଲେଶ୍ୱର ଆସି ସେଠାରୁ ବସରେ ବାଲିଆପାଳ ବ୍ଲକକୁ ଆସିଥିଲେ କିଛି ପ୍ରବାସୀ ଶ୍ରମିକ। ବ୍ଳକ ପକ୍ଷରୁ ସେଠାରେ ସମସ୍ତଙ୍କର ନାମ ପଞ୍ଜୀକରଣ ସହ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବା ଲାଗି ବ୍ୟବସ୍ଥା ହୋଇଥିଲା। ଏଥିପାଇଁ ଆନୁସଙ୍ଗିକ କାଗଜପତ୍ର କାମ ପାଇଁ ଅପେକ୍ଷା କରିବାକୁ କୁହାଯିବା ପରେ ଶ୍ରମିକମାନେ ଦୀର୍ଘ ସମୟ ଧରି ପ୍ରବଳ ଖରାରେ ଅପେକ୍ଷା କରିଥିଲେ। ବହୁ ସମୟ ପରେ ମଧ୍ୟ କେହି ନ ଆସିବାରୁ ଭୋକଶୋଷରେ ଛିଡ଼ା ହୋଇଥିବା ଶ୍ରମିକମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟିଥିଲା। ଆଉ କେତେ ସମୟ ଖରାରେ ଠିଆ ହେବୁ ବୋଲି ପଚାରିବାରୁ ଚିହିଁକି ଉଠିଥିଲେ ବିଡିଓ ଛବିରାଣୀ ସାହୁ। ଆଉ କହିଥିଲେ, ମୁଁ ଜଣେ ଓଏଏସ୍‌ ଅଫିସର। ତମ ଭଳି ଦାଦନ ଶ୍ରମିକ ନୁହଁ। ବାହାରୁ ଆସି ଆମକୁ ହଇରାଣ କରୁଛ, ସେଥିରେ ପୁଣି ଅଧିକ କଥା କହୁଛ। ତମ ଚଉଦ ପୁରୁଷ ଏଠାରେ ଛିଡା ହେବେ ବୋଲି କହିଥିଲେ। ଏଭଳି ମନ୍ତବ୍ୟକୁ ନେଇ ସୋଶାଲ ମିଡିଆରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ଅବଶ୍ୟ ପରେ ସେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ରଖି ନିଜର ଲୋକଭାବି କହିଦେଇଥିଲି ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story