ଜୀବନ ହାରିଲେ ଆଉ ଜଣେ ଚାଷୀ!

ଜୟପୁର(ଟି.ଗୌରୀଶଙ୍କର): ବିଷ ପିଇ ଜୀବନ ହାରିଲେ ଆଉ ଜଣେ ଚାଷୀ! ଚାଷରେ ଆୟ କମ୍‌ ହୋଇଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲାରୁ ଆସିଛି। ଜୟପୁର ସଦର ଥାନା ଅନ୍ତର୍ଗତ ପୁତ୍ରା ଗାଁର ଚାଷୀ ହେଉଛନ୍ତି ଲାଇବେନ ଭତ୍ରା। ସେ ଚାଷ କରି ପରିବାର ଭରଣପୋଷଣ କରନ୍ତି। ହେଲେ ଚଳିତବର୍ଷ ଭଲ ଫସଲ ହୋଇନଥିବାରୁ ଆୟ କମ୍‌ ହୋଇଥିଲା। ଯାହାକୁ ନେଇ ଚିନ୍ତାରେ ଥିଲେ ଲାଇବେନ୍‌। ସବୁ ଦିନ […]

Koraput

  • Published: Monday, 25 July 2022
  • , Updated: 25 July 2022, 06:19 PM IST

ଜୟପୁର(ଟି.ଗୌରୀଶଙ୍କର): ବିଷ ପିଇ ଜୀବନ ହାରିଲେ ଆଉ ଜଣେ ଚାଷୀ! ଚାଷରେ ଆୟ କମ୍‌ ହୋଇଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲାରୁ ଆସିଛି।

ଜୟପୁର ସଦର ଥାନା ଅନ୍ତର୍ଗତ ପୁତ୍ରା ଗାଁର ଚାଷୀ ହେଉଛନ୍ତି ଲାଇବେନ ଭତ୍ରା। ସେ ଚାଷ କରି ପରିବାର ଭରଣପୋଷଣ କରନ୍ତି। ହେଲେ ଚଳିତବର୍ଷ ଭଲ ଫସଲ ହୋଇନଥିବାରୁ ଆୟ କମ୍‌ ହୋଇଥିଲା। ଯାହାକୁ ନେଇ ଚିନ୍ତାରେ ଥିଲେ ଲାଇବେନ୍‌।

ସବୁ ଦିନ ପରେ ରବିବାର ରାତିରେ ଖାଇଥିଲେ। ଶୋଇବାକୁ ଗଲା ବେଳେ ସେ ବିଷ ପିଇଦେଇଥିଲେ। ପରିବାର ଲୋକେ ଜାଣିପାରି ତାଙ୍କୁ ରାବନାଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତାଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି।

ଦୁଇଦିନ ତଳେ ଫସଲ ହାନୀ କାରଣରୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ପାଣ୍ଡ୍ରିପଡା ଗାଁର ଚାଷୀ ରମେଶ ରାହା ଆତ୍ମହତ୍ୟା କରିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ରମେଶ ପରିବାର ପ୍ରତିପୋଷଣ ପାଇଁ ବ୍ୟାଙ୍କ ଓ ବିଭିନ୍ନ ସ୍ଥାନରୁ ଋଣ ଆଣି ଧାନ ଚାଷ କରିଥିଲେ। ହାଡ଼ ଭଙ୍ଗା ପରିଶ୍ରମ କରି ଅମଳ କରିଥିଲେ ୬୦ ବସ୍ତା ଧାନ। ହେଲେ ମଣ୍ଡିରେ ତାଙ୍କ ଧାନ ନେଲେନି। ତେଣୁ କିଛି ଧାନ ନଷ୍ଟ ହୋଇଗଲା। ତେଣୁ ବାଧ୍ୟ ହୋଇ ଦଲାଲକୁ କମ୍ ଦାମ୍‌ରେ ସବୁ ଧାନ ଦେଇଥିଲେ। ଯାହାକୁ ନେଇ ସେ ଚିନ୍ତାରେ ଥିଲେ। କେମିତି ଋଣ ସୁଝିବେ ସେହି ଚିନ୍ତାରେ ପଡ଼ିଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି।

Related story