ଫସଲ ନଷ୍ଟ ହେବାରୁ ବିଷ ପିଇ ଜୀବନ ହାରିଲେ ଆଉ ଜଣେ ଚାଷୀ

Ordigital Desk
  • Published: Sunday, 03 December 2017
  • , Updated: 03 December 2017, 02:50 PM IST
<p>ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ମାଳିଶିରିପୁର ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ନରେନ୍ଦ୍ର ହିକକା। ଗତ ମାସ ୨୬ ତାରିଖରେ ସେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଖ୍ରୀଷ୍ଟିଆନ୍ ହସ୍ପିଟଲାରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟଛି।</p> <p>ରୋଗ ପୋକ ଦାଉରେ ଫସଲ ନଷ୍ଟ ହେବାରୁ ନରେନ୍ଦ୍ର ଚାପରେ ଥିଲେ।&nbsp; ସେ ୪ ଏକର ଜମିରେ ଧାନ ଓ କପା ଚାଷ କରିଥିଲେ। ସେହିଭଳି ଅନ୍ୟ ୨ ଏକର ଜମିରେ ପରିବା ଚାଷ ମଧ୍ୟ କରିଥିଲେ। ବ୍ୟାଙ୍କରୁ ଋଣ କରିବା ସହ ସାହୁକାରଙ୍କଠାରୁ ଧାର ଆଣି ସେ ଏସବୁ ଫସଲ କରିଥିଲେ। ଫସଲ ନଷ୍ଟ ହେବାରୁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।</p>

Related story