ସରକାର ଜିଦ୍‌ରେ ଅଟଳ; ହାଡ଼ୁ ଚାଷ ପାଇଁ ଆତ୍ମହତ୍ୟା କରିନାହାନ୍ତି

ଭୁବନେଶ୍ୱର: ବରଗଡ଼ର ଚାଷୀ ହାଡ଼ୁ ବଗର୍ତ୍ତୀ ତାଙ୍କ ପତ୍ନୀଙ୍କ ସହ ଝଗଡ଼ା କରି ଆତ୍ମହତ୍ୟା କରିଛନ୍ତି। ଆଜି ସରକାର ପୁଣି ଥରେ ଏକଥାକୁ ଦୋହରାଇଛନ୍ତି। ବିଧାନସଭାରେ ଖୋଦ୍ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଏହା କହିଛନ୍ତି। ରାଜ୍ୟରେ ଚାଷୀ ଆତ୍ମହତ୍ୟା ନେଇ ଆଜି  କଂଗ୍ରେସ ପକ୍ଷରୁ ଅଣାଯାଇଥିବା ମୁଲତବି ପ୍ରସ୍ତାବର ଉତ୍ତର ରଖି କୃଷି ମନ୍ତ୍ରୀ କହିଥିଲେ,“୨୦୧୭ରେ ରାଜ୍ୟରେ ୫ ଚାଷୀ ଆତ୍ମହତ୍ୟା କରିଛନ୍ତି। ବରଗଡ଼, ବାଲେଶ୍ୱର, ନବରଙ୍ଗପୁର, ଗଞ୍ଜାମ ଓ ବୌଦ୍ଧରେ ଏହି ଚାଷୀମାନେ ଆତ୍ମହତ୍ୟା […]

pradeepmaharathee

Rakesh Mallick
  • Published: Saturday, 18 March 2017
  • , Updated: 18 March 2017, 08:07 PM IST

ଭୁବନେଶ୍ୱର: ବରଗଡ଼ର ଚାଷୀ ହାଡ଼ୁ ବଗର୍ତ୍ତୀ ତାଙ୍କ ପତ୍ନୀଙ୍କ ସହ ଝଗଡ଼ା କରି ଆତ୍ମହତ୍ୟା କରିଛନ୍ତି। ଆଜି ସରକାର ପୁଣି ଥରେ ଏକଥାକୁ ଦୋହରାଇଛନ୍ତି। ବିଧାନସଭାରେ ଖୋଦ୍ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଏହା କହିଛନ୍ତି।

ରାଜ୍ୟରେ ଚାଷୀ ଆତ୍ମହତ୍ୟା ନେଇ ଆଜି  କଂଗ୍ରେସ ପକ୍ଷରୁ ଅଣାଯାଇଥିବା ମୁଲତବି ପ୍ରସ୍ତାବର ଉତ୍ତର ରଖି କୃଷି ମନ୍ତ୍ରୀ କହିଥିଲେ,“୨୦୧୭ରେ ରାଜ୍ୟରେ ୫ ଚାଷୀ ଆତ୍ମହତ୍ୟା କରିଛନ୍ତି। ବରଗଡ଼, ବାଲେଶ୍ୱର, ନବରଙ୍ଗପୁର, ଗଞ୍ଜାମ ଓ ବୌଦ୍ଧରେ ଏହି ଚାଷୀମାନେ ଆତ୍ମହତ୍ୟା କରିଛନ୍ତି। ୪ଟି ଜିଲ୍ଲାର ତଦନ୍ତ ରିପୋର୍ଟ ଆସିଯାଇଛି। ବୌଦ୍ଧ ଜିଲ୍ଲାର ରିପୋର୍ଟ ମିଳି ନାହିଁ। ଜିଲ୍ଲାପାଳ ଓ ଏସ୍‌ପି ମିଳିତ ତଦନ୍ତ କରି ରିପୋର୍ଟ ଦେଇଛନ୍ତି। ଚାରି ଜଣ ଚାଷୀ ଚାଷଜନିତ କ୍ଷତି ଯୋଗୁଁ ଆତ୍ମହତ୍ୟା କରି ନାହାନ୍ତି ବୋଲି ତଦନ୍ତରୁ ଜଣାପଡ଼ିଛି। ଅନ୍ୟ କାରଣରୁ ସେମାନେ ଆତ୍ମହତ୍ୟା କରିଥାଇ ପାରିଥାଆନ୍ତି। ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ରିପୋର୍ଟରୁ ଏକଥା ସ୍ପଷ୍ଟ ହୋଇଛି।”

ବହୁ ଚର୍ଚ୍ଚିତ ବରଗଡ଼ ଚାଷୀ ହାଡ଼ୁ ବଗର୍ତ୍ତୀ ଆତ୍ମହତ୍ୟା ମାମଲାରେ ବି ମନ୍ତ୍ରୀ ତଦନ୍ତ ରିପୋର୍ଟ ଉପସ୍ଥାପନ କରିଥିଲେ। ହାଡ଼ୁ ଚାଷରେ କ୍ଷତି ଜନିତ କାରଣରୁ ଆତ୍ମହତ୍ୟା କରିଥିବା କଥାକୁ କୃଷି ମନ୍ତ୍ରୀ ପୁଣି ଖଣ୍ଡନ କରିଛନ୍ତି। ପୁନଃ ତଦନ୍ତରେ ବି ସେ ତାଙ୍କ ପତ୍ନୀଙ୍କ ସହିତ କଳି କରି ବିଷ ଖାଇଥିଲେ ବୋଲି ଜଣାପଡ଼ିଥିବା କୃଷି ମନ୍ତ୍ରୀ କହିଛନ୍ତି।

ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ପୂର୍ବରୁ ପତ୍ନୀଙ୍କ ସହ କଳି କରି ହାଡ଼ୁ ଆତ୍ମହତ୍ୟା କରିଥିଲେ ବୋଲି କୃଷି ମନ୍ତ୍ରୀ କହିଥିଲେ। ଏହାକୁ ନେଇ ତମ୍ବି ତୋଫାନ ହେବାରୁ ହାଡ଼ୁଙ୍କ ଗାଁକୁ ଯାଇ ନିଜେ ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

Related story