ଧର୍ମଗଡ(ଇଙ୍ଗିତ ପଣ୍ଡା) : ଚାଷ ଜମିକୁ ଯାଉଥିବା ବେଳେ ଜଣେ ଚାଷୀଙ୍କୁ ଗୋଟିଏ ଭାଲୁ ଆମ୍ପୁଡ଼ି ପକାଇଛି। ଆଜି ସକାଳେ ଏପରି ଘଟଣା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ ଗାଁରେ ଘଟିଛି। ଗୁରୁତର ଚାଷୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ଲୋଚନ ମାଝୀ ନିଜ ଚାଷ ଜମିକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ସେ ଭାଲୁ ହାବୁଡରେ ପଡିଥିଲେ। ଭାଲୁଟି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ବାରମ୍ବାର ଭାଲୁ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Events & Festivals
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ। ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ।
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
Miscellaneous
ବିଏମସି ନିଷ୍ପତ୍ତି: ମୃତ ସହଦେବଙ୍କ ପତ୍ନୀଙ୍କୁ ୫ଲକ୍ଷ ଟଙ୍କା ଓ ସୁପରଭାଇଜର ଚାକିରି
ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ତଥା ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ସହଦେବଙ୍କ ପରିବାରକୁ ଏହି ଅନୁକମ୍ପାମୂଳକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।
Politics
ସହଦେବ ହତ୍ୟାକାଣ୍ଡ: ବିଜେଡି-ବିଜେପି ତୁତୁମେଁମେଁ, ସନ୍ଦେହ ଘେରରେ ମେୟରଙ୍କ ଭୂମିକା, ଫସିଯିବେ କି ଅନନ୍ତ
ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଆଜି ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।